Odisha Link
Bridging the Missing Links in Odisha

୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ହକି ଇଣ୍ଡିଆ ତରଫରୁ ହରମନପ୍ରୀତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ, ଓଡିଆ ଖେଳାଳି ଅମିତ ରୋହିଦାସ ଦଳର ଉପ-ଅଧିନାୟକ ଭାବେ ଘୋଷଣା କରାଯାଇଛି।

ଓଏଲ୍‌ ବ୍ୟୁରୋ : ହକି ଇଣ୍ଡିଆ ତରଫରୁ ଘୋଷଣା ହେଲା ୨୦୨୩ ପୁରୁଷ ହକି ବିଶ୍ୱକପ ଭାରତୀୟ ଦଳ। ହକି ବିଶ୍ୱକପ ପାଇଁ ୧୮ଜଣିଆ ଦଳ ଘୋଷଣା କରିଥିବାବେଳେ ହରମନପ୍ରୀତ ସିଂହଙ୍କ ଏହାର ନେତୃତ୍ୱ ନେବେ। ହକି ଇଣ୍ଡିଆ ତରଫରୁ ହରମନପ୍ରୀତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ, ଓଡିଆ ଖେଳାଳି ଅମିତ ରୋହିଦାସ ଦଳର ଉପ-ଅଧିନାୟକ ଭାବେ ଘୋଷଣା କରାଯାଇଛି। ହକି ବିଶ୍ୱକପ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି।

ହକି ବିଶ୍ୱକପ ପାଇଁ ହକି ଇଣ୍ଡିଆ ଘୋଷଣା କରିଥିବା ୧୮ଜଣିଆ ଦଳ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପରେ ଭାଗ ନେବ। ଭାରତ ଏଥର ବିଶ୍ୱକପରେ ଗ୍ରୁପ-ଡିରେ ସ୍ଥାନ ପାଇଥିବାବେଳେ ଭାରତ ସହ ଏହି ଗ୍ରୁପରେ ଇଂଲଣ୍ଡ, ସ୍ପେନ୍ ଏବଂ ୱେଲସ ରହିଛି। ତେବେ ଆସନ୍ତା ଜାନୁଆରୀ ୧୩ରୁ ବିଶ୍ୱକପ୍ ଅଭିଯାନ ଓଡିଶାରେ ଆରମ୍ଭ ହେବାକୁ ଥିବାବେଳେ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ହକି ଇଣ୍ଡିଆ ତରଫରୁ ଘୋଷଣା ହୋଇଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ଭାରତୀୟ ଦଳରେ ସାମିଲ ହୋଇଛନ୍ତି, କ୍ରିଷନ ବାହାଦୂର ପାଠକ, ପି ଆର ଶ୍ରୀଜେଶ, ଜରମନପ୍ରୀତ ସିଂହ, ସୁରେନ୍ଦର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଉପ-ଅଧିନାୟକ), ନିଲମ ସଞ୍ଜୀପ ଖେସ୍, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ସମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଶେକ, ସୁଖଜିତ ସିଂହ।

Leave A Reply

Your email address will not be published.