Odisha Link
Bridging the Missing Links in Odisha

ପରଲୋକରେ ମୋତି ମହଲର ଶେଷ ରାଣୀ

ଓଏଲ୍‌ ବ୍ୟୁରା: ଆଉ ନାହାନ୍ତି ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ। ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ ଘଟିଛି।

ରାଣୀ ହେଉଛନ୍ତି ଜୟପୁରର ଶେଷ ରାଜା ରାମକୃଷ୍ଣ ଦେବଙ୍କ ସ୍ତ୍ରୀ। ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର। ତେବେ ରାମକୃଷ୍ଣ ଦେଓ ମାତ୍ର ଦୁଇଦିନ ପାଇଁ ଜୟପୁରରର ରାଜାପଦରେ ଅଭିଷିକ୍ତ ଥିଲେ। ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ବି ଥିଲେ।

ରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ତାଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.