Odisha Link
Bridging the Missing Links in Odisha

ଦଳ ଛାଡ଼ିବେ କି ଭର୍ତ୍ତୃହରି ? ୪ଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ଟିକେ ଶୀତ କମ୍‌ ପଡ଼ୁଥିବା ବେଳେ କୁହୁଡ଼ି ଅଧିକ ଦେଖାଯାଉଛି। ସେହିପରି ରାଜ୍ୟ ରାଜନୀତି ଏବେ ଏତେ ଗରମ ନଥିବା ବେଳେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବୟାନ ପୁରା ମାହୋଲ ଗରମ କରିଦେଇଛି। ଗଣମାଧ୍ୟମରେ ଏଭଳି କିଛି ବୟାନ ରଖିଛନ୍ତି ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ଡିସେମ୍ବର ୨୬ ତାରିଖରେ ପୁରୀର ତାଳବଣିଆ ପଡ଼ିଆରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଏହି ସମାରୋହରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବହୁ ପୁରୁଖା ନେତା ସାମିଲ ହୋଇଥିଲେ। ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ସଭାରେ ଉପସ୍ଥିତ ନଥିଲେ। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ଆଜି ଗଣମାମଧ୍ୟମ ପ୍ରତିନିଧୀ ମାନେ ଶ୍ରୀ ମହତାବଙ୍କୁ ପ୍ରତିଷ୍ଠା ଦିବସରେ କାହିଁକି ଉପସ୍ଥିତି ନଥିଲେ ସେନେଇ ପ୍ରଶ୍ନ ପଚାରିଥିଲେ।

ଏହାର ଉତ୍ତର ରଖି ଶ୍ରୀ ମହତାବ କହିଛନ୍ତି, ପୁରୀରେ ବିଜେଡି କରିଥିଲା ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ। ଶଙ୍ଖନାଦରେ କମ୍ପିଥିଲା ଶ୍ରୀକ୍ଷେତ୍ର। ହେଲେ ପ୍ରତିଷ୍ଠା ଦିବସ ସମାରୋହରେ କାହିଁକି ଅନୁପସ୍ଥିତ ଥିଲେ ସାଂସଦ ପିନାକୀ ମିଶ୍ର। ଏନେଇ ଆପଣ ତାଙ୍କୁ ପ୍ରଶ୍ନ କରିଛନ୍ତି କି ବୋଲି ମହତାବ ଗଣମାଧ୍ୟମ ପ୍ରତିନିଧୀଙ୍କୁ କହିଥିଲେ।

ସେ ଆହୁରି କହିଛନ୍ତି, ଅନୁପସ୍ଥିତ ପ୍ରସଙ୍ଗରେ ଏବେ ନୁହେଁ ଦେଖାହେଲେ କହିବି। ମୋର ୪ଟି ପ୍ରସଙ୍ଗ ବିଷୟରେ କହିବାର ଅଛି, ଆଉ ଖୁବ୍ ଶୀଘ୍ର କହିବି ବୋଲି ସେ କହିଛନ୍ତି। ୨୦୨୨୪ରେ ଲଢ଼ିବେ କି ପ୍ରଶ୍ନରେ ତା ବି ଏକ ପ୍ରସଙ୍ଗ ଯାହା ମୁଁ ଖୁବଶୀଘ୍ର କହିବି କହିଲେ ଶ୍ରୀ ମହତାବ।

ବିଜେପି କଟକକୁ ଫୋକସ୍ କରିବାକୁ ଯାଉଛି ପ୍ରଶ୍ନରେ ଉତ୍ତରରେ ସେ କହିଛନ୍ତି, ୨୦୧୪ରୁ ସେମାନେ ଫୋକସ୍ କଲେଣି କହିଲେ ଭର୍ତ୍ତୃହରି। ୧୪ରୁ ଫୋକସ୍ କଲେଣି, ୧୯ ରେ ୪ ଲକ୍ଷ ଭୋଟ ପାଇଥିଲେ ସମାନେ। କଟକରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିଛନ୍ତି ଶ୍ରୀମହତାବ।

Leave A Reply

Your email address will not be published.