ବିନା ବିଶ୍ରାମରେ ୧୭ କି.ମି. ଦୌଡିଲେ ୬ ବର୍ଷିୟ କୁନି ଧାବକ ରୁଦ୍ର
ମାଲ୍ୟାବନ୍ତ ମହୋତ୍ସବ ମାରାଥନରେ ରୁଦ୍ର କ୍ଲାନ୍ତ ନହୋଇ ଅନବରତ ୧୭କି.ମି ଦୌଡିବା ପରେ ସମସ୍ତେ ତାଙ୍କୁ କୁନି ବୁଦ୍ଧିଆ ସିଂ ବୋଲି କହିଛନ୍ତି

ଓଏଲ୍ ବ୍ୟୁରୋ : ନିଜ ଦୌଡ ଅଭ୍ୟାସ ବଳରେ ଓଡିଶା ସାରା ଚର୍ଚ୍ଚାରେ ମାଲକାନଗିରିର ୬ ବର୍ଷିୟ ରୁଦ୍ର ସେଠୀ। କ୍ଲାନ୍ତ ନହୋଇ ବିନା ଵିଶ୍ରାମରେ ଦୀର୍ଘ ୧୭ କିଲୋମିଟର ଦୌଡ଼ିଛନ୍ତି ୬ ବର୍ଷର ରୁଦ୍ର ସେଠୀ। ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଡୁଥିବା ରୁଦ୍ର ସେଠୀ। କ୍ଲାନ୍ତ ନହୋଇ ମାରାଥନରେ ଅନବରତ ୧୭ କି.ମି ଦୌଡିଥିବା କୁନି ରୁଦ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
୧୭ କିଲୋମିଟର ଦୌଡ଼ିବା ପରେ ମଧ୍ୟ କୌଣସି କ୍ଲାନ୍ତ ହୋଇ ନଥିଲା ବାଳକ ରୁଦ୍ର ପ୍ରତିଦିନ ପାଖାପାଖି ୧୦ କିଲୋମିଟର ଦୌଡ଼ ଅଭ୍ୟାସ କରିଥାଏ। ସେ ମାତ୍ର ୩ ବର୍ଷ ବୟସରୁ ଅଭ୍ୟାସ ଜାରି ରଖିଛନ୍ତି ନିଜ ଅଜାଙ୍କ ସହ। ରୁଦ୍ରଙ୍କ ଅଜା ରବୀନ୍ଦ୍ର ଜଣେ ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ। ରୁଦ୍ରଙ୍କ ଅଜା କୁନି ରୁଦ୍ରକୁ ଏଭଳି ପ୍ରାକ୍ଟିସ କରାଇ ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି। ମାଲ୍ୟାବନ୍ତ ମହୋତ୍ସବ ମାରାଥନରେ ରୁଦ୍ର କ୍ଲାନ୍ତ ନହୋଇ ଅନବରତ ୧୭କି.ମି ଦୌଡିବା ପରେ ସମସ୍ତେ ତାଙ୍କୁ କୁନି ବୁଦ୍ଧିଆ ସିଂ ବୋଲି କହିଛନ୍ତି।