Odisha Link
Bridging the Missing Links in Odisha

ରେଜଲ୍ଟ ବିଭ୍ରାଟ : କଟକ ବୋର୍ଡ ଅଫିସ ଆଗରେ ଓଟିଇଟି ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ଓଏଲ୍‌ ବ୍ୟୁରୋ : ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ। କଟକ ବୋର୍ଡ ଅଫିସ ସାମ୍ନାରେ ଓଟିଇଟି ପରୀକ୍ଷାର୍ଥୀ କରୁଛନ୍ତି ବିକ୍ଷୋଭ। କେବଳ ଶିକ୍ଷକ ମାନଙ୍କ ପାଇଁ ହୋଇଥିଲା ସ୍ପେଶାଲ ଓଟିଇଟି ପରୀକ୍ଷା। ଏହାର ଫଳ ପ୍ରକାଶ ପାଇଲା ପରେ ଅସନ୍ତୋଷ ଥିଲେ ପରୀକ୍ଷାର୍ଥୀ। ଏହାକୁ ନେଇ ଓଟିଇଟି ପରୀକ୍ଷାର୍ଥୀ ପ୍ରଶ୍ନ ଉଠାଇଥିଲେ।

ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ସଂଶୋଧନ ହୋଇଥିବା ସୂଚନା ମିଳିଥିଲା। ପୂର୍ବରୁ ଓଟିଇଟି ପରୀକ୍ଷାର ପାସ ହାର ୪୯ ପ୍ରତିଶତ ଥିବାବେଳେ ବୋର୍ଡ ଦ୍ୱାରା ତ୍ରୁଟି ସଂଶୋଧନ ହୋଇ ତାହା ୫୭ ପ୍ରତିଶତକୁ ବୃଦ୍ଧି ପାଇଛି। ବୋର୍ଡର ଏଭଳି ତ୍ରୁଟି ଏବଂ ମୂଲ୍ୟାୟନ ସଠିକ ନହୋଇଥିବାରୁ କଟକ ବୋର୍ଡ ଅଫିସ ସାମ୍ନାରେ ଓଟିଇଟି ପରୀକ୍ଷାର୍ଥୀ ଧାରଣା ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.