Odisha Link
Bridging the Missing Links in Odisha

‘କୁହୁଡି ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇ ଶୀତ କମିଛି’

ଜି.ଉଦୟଗିରି ତାପମାତ୍ରା ୫ ଏବଂ ଫୁଲବାଣୀରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିବା ଏହି ଘନ କୁହୁଡି ପ୍ରଭାବରେ ଶୀତ କମିଥିବା କୁହାଯାଉଛି। ବଢିଥିବା ଘନ କୁହୁଡି ଏବଂ ଶୀତକୁ ନେଇ ମତବ୍ୟକ୍ତ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଆଜିଠାରୁ କୁହୁଡ଼ି ବଢ଼ିଛି, ଉପକୂଳ ଓଡ଼ିଶାରେ ସକାଳୁ କୁହୁଡି ହୋଇଛି ଯାହା ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇ ଶୀତ କମିଥିବା ସେ କହିଛନ୍ତି।

ଅନ୍ୟପଟେ ଜି.ଉଦୟଗିରି ତାପମାତ୍ରା ୫ ଏବଂ ଫୁଲବାଣୀରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ଉପକୂଳ ନିକଟବର୍ତ୍ତୀ। ତେଣୁ ଏହା ପ୍ରଭାବରେ ରାଜ୍ୟରେ କୁହୁଡ଼ି ବୃଦ୍ଧି ପାଇବ। ଗୁରୁଚାପ ବଳୟ ଉପକୂଳ ମୁହାଁ ହେଉଥିବାରୁ ଯଥେଷ୍ଟ ଜଳୀୟ ବାଷ୍ପ ଆସୁଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ।

Leave A Reply

Your email address will not be published.