Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା : ଶ୍ରଦ୍ଧାଞ୍ଜଳୀଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ସମନ

ମାମଲାରେ ସମ୍ପୃକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଆସନ୍ତା ୨୪ ତାରିଖରେ ଭିସି ଜରିଆରେ ହାଜର ହେବା ପାଇଁ କୁହାଯାଇଛି

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ କୋର୍ଟରେ ହାଜର କରିବା ପାଇଁ ସମନ। ଆସନ୍ତା ୨୪ ତାରିଖରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ। ମାମଲାରେ ସମ୍ପୃକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଆସନ୍ତା ୨୪ ତାରିଖରେ ଭିସି ଜରିଆରେ ହାଜର ହେବା ପାଇଁ କୁହାଯାଇଛି।

ପୂର୍ବରୁ ଇଡି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କରିସାରିଥିବାବେଳେ ବର୍ତ୍ତମାନ ଏମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ସମନ ଦିଆଯାଇଛି। ଇଡି ପକ୍ଷରୁ ଜାରି ହୋଇଥିବା ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର।

ସୂଚନା ଅନୁସାରେ, ଡିଜିଟାଲ ଏଭିଡେନ୍ସକୁ ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ପଠାଇବା ପାଇଁ ଇଡି ଆବେଦନ କରିଥିଲା। ପୂର୍ବରୁ ଡିଜିଟାଲ ଏଭିଡେନ୍ସ ଷ୍ଟେଟ ଫୋରେନସିକ ଲ୍ୟାବ ପଠାଯାଇଥିଲା। ଷ୍ଟେଟ୍ ଫୋରେନସିକ ଲ୍ୟାବ ଏହି ରିପୋର୍ଟ ଦେବାରେ ଅସଫଳ ହୋଇଥିବା ସୂଚନା ରହିଛି। ତେଣୁ ଇଡି ଏଭିଡେନ୍ସକୁ ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ପଠାଇବା ପାଇଁ ଆବେଦନ କରିଛି।

Leave A Reply

Your email address will not be published.