Odisha Link
Bridging the Missing Links in Odisha

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ନିଖୋଜ ମତ୍ସ୍ୟଜୀବୀମାନେ ପାରାଦୀପ ମାଛଧରା ଜେଟି ଅଭିମୁଖେ ଫେରୁଥିବା ଓଏମ୍ଏଫପିଏ ସଭାପତି କହିଛନ୍ତି

ଓଏଲ୍‌ ବ୍ୟୁରୋ : ମାଛ ଧରିବାକୁ ଯାଇ ୫ ଦିନ ହେବ ୧୩ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଖବରରୁ ଜଣା ପଡିଥିଲା। ବର୍ତ୍ତମାନ ଗଭୀର ସମୁଦ୍ରରେ ନିଖୋଜ ହୋଇଥିବା ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଛି। ନିଖୋଜ ମତ୍ସ୍ୟଜୀବୀଙ୍କ ଯୋଗାଯୋଗ ହୋଇଥିବା ନେଇ ଓଏମ୍ଏଫପିଏ ସଭାପତି ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀମାନେ ପାରାଦୀପ ମାଛଧରା ଜେଟି ଅଭିମୁଖେ ଫେରୁଥିବା ଓଏମ୍ଏଫପିଏ ସଭାପତି କହିଛନ୍ତି।

ମତ୍ସ୍ୟଜୀବୀମାନେ ୫ ଦିନ ହେବ ୨ଟି ବୋଟରେ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିବା ଜଣା ପଡିଥିଲା। ବୋଟ ନିଖୋଜ ହେବା ପରେ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କୁ ବୋଟ ମାଲିକ ସହାୟତ ମାଗିଥିଲେ। ୧୩ ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ ପାଇଁ ଅନେକ ଚେଷ୍ଟା ପରେ ସିମଙ୍କ ପତ୍ତା ମିଳିଛି।