Odisha Link
Bridging the Missing Links in Odisha

ଓଡ଼ିଶାରେ ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ

ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ଅବସରରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରାଯିବ

ଓଏଲ୍‌ ବ୍ୟୁରୋ : ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଓଡ଼ିଶାରେ ପ୍ରବେଶ କରିଛି ବିଜୁବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ। କୋଲକାତାରୁ ବାହାରି ୩ଟି ବଡ ଲରି ମାଧ୍ୟମରେ ଓଡିଶା ସୀମାରେ ପହଞ୍ଚିସାରିଛି ଡାକୋଟା ବିମାନ। କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଡାକୋଟା ବିମାନକୁ ଅଣାଯାଉଛି।

ସୂଚନା ଅନୁସାରେ, ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଆ ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରାଯାଇଥିଲା। ଗତକାଲି ରାତିରେ କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ ବାକ୍ସକୁ ଲୋଡିଂ କରି ଅଣାଯାଉଛି। ଯେପରି ବଡ଼ ଲରି ଯୋଗୁଁ ଟ୍ରାଫିକ୍ ସମସ୍ୟା ହେବନି ସେଥିପାଇଁ କୋଲକତାରୁ ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲା ପୁଲିସ ସମେତ କମିସନରେଟ୍ ପୁଲିସକୁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଥିବା ଜଣା ପଡିଛି।

ଖବର ଅନୁସାରେ, ପୂର୍ବରୁ ଡାକୋଟା ବିମାନକୁ କୋଲକାତାରୁ ଆଣିବା ପାଇଁ ଓଡ଼ିଶା ସରକାର ପ୍ରଚେଷ୍ଟା କରୁଥିବାବେଳେ ବର୍ତ୍ତମାନ ତାହା ଭୁବନେଶ୍ୱର ବିମାନ ବନ୍ଦରକୁ ଫେରିବାକୁ ଯାଉଛି। ତେବେ ଡାକୋଟା ବିମାନ ଭୁବନେଶ୍ୱରରେ ପହଂଚିବା ପରେ ଏହାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଟର୍ମିନାଲ-୧ ସମ୍ମୁଖରେ ୧.୧ ଏକର ଜମି ପ୍ରଦାନ କରିଛନ୍ତି। ତେବେ ଏହି ବିମାନବନ୍ଦର ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ଅବସରରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରାଯିବ ବୋଲି ଜଣା ପଡିଛି। ଏହି ବିମାନଟି ଇଂଜିନିୟରଙ୍କ ଦ୍ୱାରା ମରାମତି ହେବା ପରେ ପୂର୍ବଭଳି ଦେଖାଯିବା କିନ୍ତୁ ଏହା ଉଡ଼ିପାରିବ ନାହିଁ।

Leave A Reply

Your email address will not be published.