ବ୍ରାଉନସୁଗାର ଜବତ କଲା ପୁଲିସ, ୨ ଗିରଫ
ପାଖାପାଖି ୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଏକ ବୋଲେରୋ ଗାଡ଼ି ଜବତ କରିଛି ପୁଲିସ

ଓଏଲ୍ ବ୍ୟୁରୋ : ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜବତ କରିଛି ଧଳାଜହର। ସୂଚନା ଅନୁସାରେ ବିହାରରୁ ଆଣୁଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଦ୍ୱାରା ଜବତ ହୋଇଛି ବ୍ରାଉନ୍ ସୁଗାର। ପାଖାପାଖି ୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଏକ ବୋଲେରୋ ଗାଡ଼ି ଜବତ କରିଛି ପୁଲିସ। ତେବେ ଏହି ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡିଛି।