Odisha Link
Bridging the Missing Links in Odisha

ସ୍ୱାଭିମାନ ଅଞ୍ଚଳରେ ଉଡ଼ିଲା ଜାତୀୟ ପତାକା

ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡାଇଲେ ରାଜ୍ୟ ପୁଲିସ ବରିଷ୍ଠ ଅଧିକାରୀ

ଓଏଲ୍ ବ୍ୟୁରୋ : ଆଜି ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସୂଚନା ଅନୁସାରେ, ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡାଇଲେ ରାଜ୍ୟ ପୁଲିସ ବରିଷ୍ଠ ଅଧିକାରୀ। ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଠାରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି।

ଆଜି ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ସମସ୍ତ ଅଧିକାରୀ ଓ ମାଲକାନଗିରି ଏସପି ଓ ବିଏସଏଫ୍ ଅଧିକାରୀମାନେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଯୋଡାମ୍ବ ଥାନା ପରିସରରେ ତିରଙ୍ଗା ଉଡାଇବା ପରେ ଲୋକଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ସ୍ୱାଭିମାନ ଅଞ୍ଚଳରେ କଳା ପତାକା ଉଡ଼ାଇଥିଲେ ମାଓବାଦୀ। ବର୍ତ୍ତମାନ ମାଓବାଦୀଙ୍କୁ ମାତ ଦେଇ ସ୍ବାଭିମାନ ଅଂଚଳବାସୀ ଏବେ ବିଜୟ ଦିବସ ପାଳନ କରି ଜାତୀୟ ପତାକା ଉଡ଼ାଇବାରେ ସଫଳ ହୋଇଛନ୍ତି।