Odisha Link
Bridging the Missing Links in Odisha

ଝାରସୁଗୁଡାରେ ନବଙ୍କ ପାର୍ଥିବ ଶରୀର

ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର

ଓଏଲ୍ ବ୍ୟୁରୋ : ଝାରସୁଗୁଡ଼ା ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନବଙ୍କ ପାର୍ଥିବ ଶରୀର ପହଁଚିଛି। ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର। ମରଶରୀରକୁ ଶୋଭାଯାତ୍ରାରେ ନିଆଯିବାର କାର୍ଯ୍ୟକ୍ରମ ରହିଛି। ଝାରସୁଗୁଡାରେ ନବ ଦାସଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି। ସୁରକ୍ଷା ବୁଝିବା ପାଇଁ ପୂର୍ବରୁ ପହଂଚିଥିଲେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ। ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ଆଇଜି ସୁରକ୍ଷା ପ୍ରଦାନ ପାଇଁ ପହଞ୍ଚିଥିଲେ। ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.