Odisha Link
Bridging the Missing Links in Odisha

‘ବଚତ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ତାକତ ଦେବ’

ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆବର୍ଗ ସହ ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି

ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍‌ ସଂସଦରେ ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ମଧ୍ୟବିତ୍ତଙ୍କୁ ଆୟକରରେ ଆଶ୍ବସ୍ତି ମିଳିଥିବା ଜଣା ପଡିଛି। ତେବେ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବଜେଟ ସମସ୍ତଙ୍କ ଆଶା ପୂରଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ସରକାର ଦୁନିଆର ସବୁଠୁ ବଡ଼ ଅନ୍ନ ଭଣ୍ଡାର ଯୋଜନା କରିଛନ୍ତି। ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆବର୍ଗ ସହ ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି। ମଧ୍ୟମବର୍ଗଙ୍କ ସହ ରହିଥିବା ସରକାର ସେମାନଙ୍କୁ ବଡ଼ ଟିକସ ରିହାତି ଦେଇଛି।

ଭିତ୍ତିଭୂମି ଉପରେ ବଡ଼ ନିବେଶ ବ୍ୟବସ୍ଥା, ଯୁବବର୍ଗଙ୍କୁ ଏହା ରୋଜଗାର ଦେବ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବ ବଜେଟ। ବଚତ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ତାକତ ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Leave A Reply

Your email address will not be published.