Odisha Link
Bridging the Missing Links in Odisha

କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା

କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି

ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍‌ ସଂସଦରେ ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ମଧ୍ୟବିତ୍ତଙ୍କୁ ଆୟକରରେ ଆଶ୍ବସ୍ତି ମିଳିଥିବା ଜଣା ପଡିଛି। ତେବେ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ ସମସ୍ତଙ୍କ ଆଶା ପୂରଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ନିର୍ବାଚନ ବର୍ଷ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦି ସରକାର ଭରପୂର ଚେଷ୍ଟା କରିଛନ୍ତି। ଏଥିପାଇଁ ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବା ସହ ଅନେକ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ପରେ ପ୍ରମୁଖ କେଉଁ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି।

କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ହୋଇଛି ବ୍ୟୟ ବରାଦ

୧- ପ୍ରତିରକ୍ଷା କ୍ଷେତ୍ର – ୫.୯୪ ଲକ୍ଷ କୋଟି

୨- ସଡ଼କ ପରିବହନ ଓ ଜାତୀୟ ରାଜପଥ- ୨.୭୦ ଲକ୍ଷ କୋଟି

୩- ରେଳବାଇ – ୨.୪୧ ଲକ୍ଷ କୋଟି

୪- ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ- ୨.୦୬ ଲକ୍ଷ କୋଟି

୫- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ – ୧.୯୬ ଲକ୍ଷ କୋଟି

୬- କେମିକାଲ ଓ ଫର୍ଟିଲାଇଜର – ୧.୭୮ ଲକ୍ଷ କୋଟି

୭- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ – ୧.୬୦ ଲକ୍ଷ କୋଟି

୮- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳୟ – ୧.୨୫ ଲକ୍ଷ କୋଟି

୯- ଯୋଗାଯୋଗ ମନ୍ତ୍ରଣାଳୟ – ୧.୨୩ ଲକ୍ଷ କୋଟି

Leave A Reply

Your email address will not be published.