Odisha Link
Bridging the Missing Links in Odisha

ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ୯୫ ନିୟୁତ ମାଗଣା କଣ୍ଡୋମ ବାଣ୍ଟିବେ ସରକାର

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ। ଏହି ଅବସରରେ ପ୍ରେମ ସପ୍ତାହକୁ ପ୍ରେମୀଯୁଗଳମାନେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି। ହେଲେ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଥାଇଲାଣ୍ଡ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଯୌନ ସଂକ୍ରମିତ ରୋଗ, କିଶୋରବସ୍ଥାରେ ଗର୍ଭଧାରଣକୁ ରୋକିବା ସହ ସୁରକ୍ଷିତ ଯୌନ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଥାଇଲାଣ୍ଡ ସରକାର ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ୯୫ ନିୟୁତ ମାଗଣା କଣ୍ଡୋମ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସବୁଠୁ ବଡ଼କଥା ହେଲା ଥାଇଲାଣ୍ଡ ସରକାର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ପ୍ରଚଳିତ ସଂସ୍କୃତିର ବିପରୀତରେ ଯାଥ ପ୍ରଗତିଶୀଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ, ମାଗଣା କଣ୍ଡୋମ ବିତରଣ ଅଭିଯାନ ରୋଗକୁ ରୋକିବାରେ ଏବଂ ଜନସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ।

ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି କଣ୍ଡୋମ ସିଫିଲିସ, ଏଡସ୍, ଗର୍ଭାଶୟ କର୍କଟ, ଗନୋରିଆ, କ୍ଲାମିଡିଆ, ଯୌନ ସଂକ୍ରମିତ ରୋଗ (ଏସଡିଟି)କୁ ରୋକିବା କ୍ଷେତ୍ରରେ ଫଳପ୍ରଦ ହେବ। ଗତ ୨୦୨୧ରେ ସିଫିଲିସ ଓ ଗୋରିଆ ରୋଗ ଥାଇଲ୍ୟାଣ୍ଡରେ ବହୁଳ ଭାବେ ବ୍ୟାପିଥିଲା। ଦେଶରେ ଯୌନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହି ସଂକ୍ରମଣ ଏବେ କ୍ରମାଗତ ଭାବେ ବଢ଼ିବାରେ ଳାଗିଛି। ତେଣୁ ସରକାର ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନାଥାଉକି, ୨୦୨୧ରେ ସିଫିଲିସ୍‌ ଏବଂ ଗନୋରିଆ ଥାଇଲାଣ୍ଡରେ ପ୍ରବଳ ବ୍ୟାପିଥିଲା। ସମସ୍ତ ଯୌନ ସଂକ୍ରମିତ ରୋଗର ଅଧାରୁ ଅଧିକ ଥିଲା ଏହି ରୋଗ । ଏହି ସଂକ୍ରମଣ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

Leave A Reply

Your email address will not be published.