Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା : ଖଗେଶ୍ବରଙ୍କ ଜାମିନ ଆବେଦନ ଖାରଜ

ବ୍ଲାକମେଲର୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜାମିନ ଆବେଦନ କରିଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରୁଛି ଇଡି। ମାମଲାରେ ସମ୍ପୃକ୍ତ ଥିବା ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜିଲ୍ଲା ଜଜ୍ କୋର୍ଟ। ଅନ୍ୟପକ୍ଷେ, ବ୍ଲାକମେଲର୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜାମିନ ଆବେଦନ କରିଥିବା ଜଣା ପଡିଛି।

ଖବର ଅନୁସାରେ, ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା ପୁଲିସ। ୨୪ ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଖଣ୍ଡଗିରି ଥାନା ପୁଲିସ। ୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଏହି ଚାର୍ଜସିଟରେ ଉଲ୍ଲେଖ ହୋଇଥିବା କୁହାଯାଉଛି। ସିଡିଆର ଆନାଲିସିସ୍, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍, ହ୍ୱାଟ୍ସ ଆପ୍ ଚାଟ୍ ଏହି ଚାର୍ଜସିଟ ରହିଛି। ତେବେ ଏହି ଚାର୍ଜସିଟ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଦାଖଲ କରିଛି ପୁଲିସ। ଏହା ପୂର୍ବରୁ ନୟାପଲ୍ଲୀ ଥାନା ପୁଲିସ ଚାର୍ଜସିଟ ଦାଖଲ କରିଛି।

 ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ କରୁଥିବାବେଳେ ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା। ଇଡି ଦ୍ୱାରା ଦାଖଲ ହୋଇଥିବା ୨୨୪୭ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର ଏବଂ ଶ୍ରଧାଞ୍ଜଳିଙ୍କ ନାଁ ରହିଥିବା ଜଣା ପଡିଥିଲା। ଚାର୍ଜସିଟରେ ଇଡି ଦ୍ୱାରା ଉଲ୍ଲେଖ କରାଯାଇଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଥିବା କୁହାଯାଉଥିଲା। ୪ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ମଧ୍ୟ ଜଣା ପଡିଛି। ୨୨୪୭ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଥିବା କୁହାଯାଉଥିଲା।

Leave A Reply

Your email address will not be published.