Odisha Link
Bridging the Missing Links in Odisha

ଆଉ ଏକ ଦନ୍ତା ହାତୀ ମୃତ

ମୃତ ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ

ଓଏଲ୍‌ ବ୍ୟୁରୋ : ଆଠଗଡ଼ ବନଖଣ୍ଡରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତ ହାତୀର ମୃତ ଶରୀର ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ପଡ଼ିଥିବା ଜଣା ପଡିଛି। ମୃତ ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଆଠଗଡରେ ବାରମ୍ବାର ହାତୀ ମୃତ୍ୟୁ ଘଟୁଥିବା ଖବରରୁ ଜଣା ପଡିଛି।

ଜୀବଜନ୍ତୁ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜଙ୍ଗଲରେ ଜୀବଜନ୍ତୁ ସୁରକ୍ଷିତ ନଥିବା କୁହାଯାଉଛି। ପୂର୍ବରୁ ହାତୀ ମୃତ୍ୟୁର ଅନେକ ମାମଲା ସାମ୍ନାକୁ ଆସିଛି। ଦାନ୍ତ ଶିକାର କରିବା ପାଇଁ ଅନେକ ହାତୀଙ୍କୁ ଶିକାରୀ ମାନେ ମାରିଥିବା ଅଭିଯୋଗ ହୋଇଛି। ତେବେ ଏଭଳି ବାରମ୍ବାର ହେବା ହାତୀ ସୁରକ୍ଷିତ ନଥିବା ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.