Odisha Link
Bridging the Missing Links in Odisha

ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୩ ଜଣଙ୍କ ମୃତ ଶରୀର

ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାର ତଦନ୍ତ ଜାରି କରିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : କୋରାପୁଟ ଜିଲ୍ଲା ତୋୟାପୁଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାର ତଦନ୍ତ ଜାରି କରିଥିବା ଜଣା ପଡିଛି। କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ସ୍ପଷ୍ଟତା ଆସିନାହିଁ।

ସୂଚନା ଅନୁସାରେ, ଗତକାଲି ବନ୍ଦ ଘର ଭିତରୁ ମିଳିଥିବା ୩ମୃତ ଶରୀର ହେଉଛି ତୋୟାପୁଟର ଲିଙ୍ଗରାଜ ବିଷୋଇ, ତାଙ୍କ ପତ୍ନୀ ଓ ଦେଢ଼ବର୍ଷର ଝିଅ। ଲିଙ୍ଗାଙ୍କ ପତ୍ନୀଙ୍କ ମୃତଦେହ ସୋଫାରେ ପଡିଥିବା ବେଳେ ଚଟାଣରେ ପଡ଼ିଥିଲା ଝିଅର ମୃତଦେହ। ଘର ଭିତରୁ ଲିଙ୍ଗରାଜଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରଥମେ ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା କୁହାଯାଉଛି। ଘଟଣାର ତନାଘନା ତଦନ୍ତ ପୁଲିସ ଜାରି କରିଥିବା ଜଣା ପଡିଛି।

Leave A Reply

Your email address will not be published.