Odisha Link
Bridging the Missing Links in Odisha

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୪ ବର୍ଷ ; ମନେପଡ଼ନ୍ତି ୪୦ ବୀରପୁତ୍ର 

ସାରା ଦେଶ ପ୍ରେମ ଦିବସ ପାଳୁଥିଲା ସେତେବେଳେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍‌କା

ଓଏଲ୍‌ ବ୍ୟୁରୋ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରଣ ହେଲା ୪ ବର୍ଷ । ଆଜିବି ମନେ ପଡ଼ନ୍ତି ଆତଙ୍କବାଦୀଙ୍କ ବର୍ବରତାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବା ଭାରତ ମାଟିର ବୀରପୁତ୍ର। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ପ୍ରେମ ଦିବସ ପାଳୁଥିଲା ସେତେବେଳେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍‌କା। ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ୧୨ ଦିନରେ ଦେଶ ୪୦ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲା ସତ, ହେଲେ ଆଜିବି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଆକ୍ରମଣ କଥା ମନେ ପଡ଼ିଲେ ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଏ। ଆଜି ଦିନରେ କେତେ ମା ପୁତ୍ରହୀନ ହୋଇଥିଲେ, କେତେ ସ୍ତ୍ରୀଙ୍କ ମଥାରୁ ସିନ୍ଦୁର ଲିଭିଥିଲା ଆଉ ପୁଣି କେତେ ପିଲା ବାପାଙ୍କୁ ହରାଇଥିଲେ।

୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ୩ଟା। ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା। ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା। ସାରା ଦେଶରେ ଏହି ଛାତି ଥରା ଦୃଶ୍ୟ ଦେଶବାସୀଙ୍କ ବିଚଳିତ ହୋଇଯାଇଥିଲା।

ଏହାର ପ୍ରତିଶୋଧ ୧୨ଦିନରେ ପାକିସ୍ତାନ ଠାରୁ ନିଆଯାଇଥିଲା। ୨୬ ଫେବୃଆରୀ ରାତିରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଫାଇଟର ଜେଟ୍ ଏଲଓସି ପାର୍‌ କରି ବାଲାକୋଟ ଏୟାରଷ୍ଟ୍ରାଇକ କରି ଜୌସ-ଏ ମହମ୍ମଦର ଆତଙ୍କବାଦୀ ଅଡ୍ଡାକୁ ଧୂଳିସାତ୍ କରିଦେଇଥିଲେ। ପ୍ରାୟ ୩ଶହ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତର ସର୍ଜିକାଲ ଷ୍ଟ୍ରାଇକ। ଘଟଣାକୁ ୪ ବର୍ଷ ବିତିଛି ହେଲେ ସେହି ଘଟଣା ଭାରତ ଇତିହାସରେ କେବେ ପୂର୍ବରୁ ହୋଇନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ। ଭାରତମାତାର ବୀରପୁତ୍ର ସହିଦ ଯବାନଙ୍କୁ ସତ ସତ ସଲାମ। ଦେଶର ସୁରକ୍ଷା  ପାଇଁ ଯବାନଙ୍କ ତ୍ୟାଗ ଅତୁଳନୀୟ।

Leave A Reply

Your email address will not be published.