Odisha Link
Bridging the Missing Links in Odisha

‘ଯବାନଙ୍କ ସାହସ ଆମକୁ ଶକ୍ତିଶାଳୀ ଓ ବିକଶିତ ଭାରତ ଗଠନ କରିବାକୁ ପ୍ରେରିତ କରୁଛି’

ସେମାନଙ୍କ ବଳିଦାନକୁ ଆମେ କେବେ ବି ଭୁଲିପାରିବୁ ନାହିଁ

ଓଏଲ୍‌ ବ୍ୟୁରୋ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୂରଣ ହେଲା ୪ ବର୍ଷ। ଆଜିବି ମନେ ପଡ଼ନ୍ତି ଆତଙ୍କବାଦୀଙ୍କ ବର୍ବରତାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବା ଭାରତ ମାଟିର ବୀରପୁତ୍ର। ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମା‌ନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯବାନଙ୍କୁ ସଲାମ ଜଣାଇ ପ୍ରଧାନମନ୍ତ୍ରୀ ‌ତାଙ୍କ ଟ୍ବିଟର ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଆଜିର ଦିନରେ ପୁଲୱାମାରେ ନିଜ ଜୀବନ ଦେଇଥିବା ଆମର ସାହସୀ ହିରୋମାନେ ମନେ ପଡୁଛନ୍ତି। ସେମାନଙ୍କ ବଳିଦାନକୁ ଆମେ କେବେ ବି ଭୁଲିପାରିବୁ ନାହିଁ। ସେମାନଙ୍କ ସାହସ ଆମକୁ ଶକ୍ତିଶାଳୀ ଓ ବିକଶିତ ଭାରତ ଗଠନ କରିବାକୁ ପ୍ରେରିତ କରୁଛି’। ସାରା ଦେଶରେ ସହିଦ ଯବାନଙ୍କୁ ସମ୍ମାନର ସହିଦ ସଲାମି ଜଣାଇଛନ୍ତି ଦେଶ କୋଣ ଅନୁକୋଣର ବ୍ୟକ୍ତିବିଶେଷ।

୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ପ୍ରେମ ଦିବସ ପାଳୁଥିଲା ସେତେବେଳେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍‌କା। ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ଆଜି ଦିନରେ କେତେ ମା ପୁତ୍ରହୀନ ହୋଇଥିଲେ, କେତେ ସ୍ତ୍ରୀଙ୍କ ମଥାରୁ ସିନ୍ଦୁର ଲିଭିଥିଲା ଆଉ ପୁଣି କେତେ ପିଲା ବାପାଙ୍କୁ ହରାଇଥିଲେ। ୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ୩ଟା। ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା। ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା। ସାରା ଦେଶରେ ଏହି ଛାତି ଥରା ଦୃଶ୍ୟ ଦେଶବାସୀଙ୍କ ମନକୁ ବିଚଳିତ କରିଥିଲା।

ଏହାର ପ୍ରତିଶୋଧ ୧୨ଦିନରେ ପାକିସ୍ତାନ ଠାରୁ ନିଆଯାଇଥିଲା। ୨୬ ଫେବୃଆରୀ ରାତିରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଫାଇଟର ଜେଟ୍ ଏଲଓସି ପାର୍‌ କରି ବାଲାକୋଟ ଏୟାରଷ୍ଟ୍ରାଇକ କରି ଜୌସ-ଏ ମହମ୍ମଦର ଆତଙ୍କବାଦୀ ଅଡ୍ଡାକୁ ଧୂଳିସାତ୍ କରିଦେଇଥିଲେ। ପ୍ରାୟ ୩ଶହ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତର ସର୍ଜିକାଲ ଷ୍ଟ୍ରାଇକ। ଘଟଣାକୁ ୪ ବର୍ଷ ବିତିଛି ହେଲେ ସେହି ଘଟଣା ଭାରତ ଇତିହାସରେ କେବେ ପୂର୍ବରୁ ହୋଇନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ। ଭାରତମାତାର ବୀରପୁତ୍ର ସହିଦ ଯବାନଙ୍କୁ ସତ ସତ ସଲାମ। ଦେଶର ସୁରକ୍ଷା ପାଇଁ ଯବାନଙ୍କ ତ୍ୟାଗ ଅତୁଳନୀୟ।

Leave A Reply

Your email address will not be published.