Odisha Link
Bridging the Missing Links in Odisha

ଆସନ୍ତା ୨୦ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୦ ତାରିଖ ଦିନ ସାଢ଼େ ୧୧ଟାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବ ଏହି ବୈଠକ।

ଓଏଲ୍‌ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟରେ ବଜେଟ ଅଧିବେଶନ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆୟୋଜିତ ହେବା ନେଇ ସୂଚନା ମିଳିଛି। ବିଧାନସଭା ବଜେଟ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ।

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବୈଠକରେ ଆଲୋଚନା କରାଯିବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ଗୃହର କାର୍ଯ୍ୟସୂଚୀ ସ୍ଥିର କରାଯିବ। ଆସନ୍ତା ୨୦ ତାରିଖ ଦିନ ସାଢ଼େ ୧୧ଟାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବ ଏହି ବୈଠକ।

ସୂଚନା ଅନୁସାରେ, ଆସନ୍ତା ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ।

Leave A Reply

Your email address will not be published.