Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

ମୃତ କନଷ୍ଟେବଳ ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡାବାହାଳି ପଞ୍ଚାୟତ ସାନନୂଆପଡା ଗାଁର ଦିଲୀପ ସ୍ୱାଇଁ।

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ସମ୍ବଲପୁର ଜିଲ୍ଲା ଚାରମାଳ ନିକଟରେ ଘଟିଛି। ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଅବକାରୀ ବିଭାଗର ଜଣେ କନେଷ୍ଟବଳ। ନିଜ ଘରକୁ ଛୁଟି କାଟିବାକୁ ଆସିଥିଲେ। ଛୁଟି ସାରି ନିଜର କର୍ମସ୍ଥଳକୁ ଫେରିବା ସମୟରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ। ଗାଡ଼ି ଧକ୍କା ଦେବାରୁ ଅବକାରୀ ବିଭାଗର ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଛି। ମୃତ କନଷ୍ଟେବଳ ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡାବାହାଳି ପଞ୍ଚାୟତ ସାନନୂଆପଡା ଗାଁର ଦିଲୀପ ସ୍ୱାଇଁ। ସେ ସମ୍ବଲପୁର ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ କନେଷ୍ଟବଳ ଭାବରେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, କନେଷ୍ଟବଳ ଦିଲ୍ଲୀପଙ୍କ ନିଜ ଘର ସାନ ନୂଆପଡାକୁ ସେ ଛୁଟି କାଟିବାକୁ ଆସିଥିଲେ। ଆଜି ସକାଳେ ନିଜ କର୍ମସ୍ଥଳ ସମ୍ବଲପୁରକୁ ବାଇକ୍ ଯୋଗେ ଫେରୁଥିଲେ ଦିଲ୍ଲୀପ। ଚାରମାଳ ନିକଟରେ ତାଙ୍କ ବାଇକ୍‌କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଃଖର କଥା ଏହା ଯେ ମୃତ ଦିଲିପଙ୍କ ବାପା ମଧ୍ୟ ଅବକାରୀ ବିଭାଗରେ କାର୍ଯ୍ୟରତ ଥିଲେ। ୬ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିଲୀପଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.