Odisha Link
Bridging the Missing Links in Odisha

ଗୋଟିଏ ଫଟୋ ବଢ଼ାଇଲା ଚର୍ଚ୍ଚା, ବିଆରଏସ୍‌ ଯିବେକି ବିଜୟ

୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦଳର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହାନ୍ତି

ଓଏଲ୍‌ ବ୍ୟୁରୋ : ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଥିବା ବେଳେ ଏବେଠୁ ରାଜ୍ୟ ରାଜନୀତି ସରଗରମ। କିଏ ପାଇବ ଟିକେଟ, କାହାକୁ ନୂଆ ଚେହେରା କରିବ ଦଳ ଏଭଳି ଚର୍ଚ୍ଚା ସମସ୍ତ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଆଲୋଚନା। ଏସବୁ ମଧ୍ୟରେ ଭେଟେରାନ୍‌ ରାଜନେତା ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ଭାରତ ରାଷ୍ଟ୍ରସମିତି (ବିଆରଏସ୍)ର ନେତା। ଯାହା ରାଜ୍ୟ ରାଜନୀତିର ଉଷ୍ମତାକୁ ବୃଦ୍ଧି କରିଛି।

ଗତ ଜାନୁଆରୀ ୨୭ ତାରିଖରେ ଆନୁଷ୍ଠାନିକ ଭାବେ ଓଡ଼ିଶାରେ ପାଦ ଥାପିଥିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ରସମିତି (ବିଆରଏସ୍)। ଓଡ଼ିଶାର ୧୨ରୁ ଅଧିକ ପୂର୍ବତନ ବିଧାୟକ, ସାଂସଦଙ୍କ ସମେତ ମୋଟ ପ୍ରାୟ ୫୦୦ଜଣ ଆଜି ହାଇଦ୍ରାବାଦର ବିଆରଏସ କାର୍ଯ୍ୟାଳୟରେ କେସିଆରଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହୋଇଥିଲେ। ଏସବୁ ମଧ୍ୟରେ ବିଆରଏସ୍‌ ନେତା ବିଜୟ ମହାପାତ୍ରଙ୍କୁ ଭେଟିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦଳର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହାନ୍ତି। ବିଜୟ ମହାପାତ୍ର ୨୦୨୯ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡି ପ୍ରାର୍ଥୀନୀ ସବିତା ଅଗ୍ରଓ୍ବାଲଙ୍କଠୁ ପରାଜିତ ହୋଇଥିଲେ। ତାପରଠୁ ବିଜୟ ମହାପାତ୍ରଙ୍କୁ ଭାରତୀୟ ଜନତା ପାର୍ଟିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ। ଏପରିକି ସେ କେନ୍ଦ୍ରାପଡ଼ାରେ ହେଉଥିବା ବିଜେପି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉନାହାନ୍ତି।

ନିକଟରେ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜୟ ମହାପାତ୍ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ। ଯେଉଁଥିରେ କୌଣସି ଦଳର ବ୍ୟାନର ନଥିଲା। ଏଥିସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୁଅ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଆଗରେ ଘୋଷଣା କରିଥିଲେ ବିଜୟ ମହାପାତ୍ର।

ଜାନୁଆରୀ ୨୭ ତାରିଖରେ କେସିଆରଙ୍କ ଉପସ୍ଥିତିରେ ହାଇଦ୍ରବାଦ କାର୍ଯ୍ୟାଳୟରେ ର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ,ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ରଥ ଦାସ, ଅର୍ଜୁନ ଦାସ, ରାଘବ ସେଠୀ, ଦେବରାଜ ସେଠୀ ଓ ବୃନ୍ଦାବନ ମାଝୀଙ୍କ ସମେତ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ, କଂଗ୍ରେସ ନେତା କୈଳାସ ମୁଖି, ରାଜେଶ ପାତ୍ର, ରବିନ୍ଦ ପ୍ରଧାନ, ଫାଲଗୁନ ଶବର, ଜନାର୍ଦ୍ଦନ ପାତ୍ର, ସୁଧୀର ଷଡ଼ଙ୍ଗୀ, ପ୍ରତାପ ଚୌଧୁରୀ, ପ୍ରମୋଦ ସାମନ୍ତରାୟ, ନିମାଇଁ ରାୟ, ବିଶ୍ୱପ୍ରିୟ ନାୟକ, ଜଗବନ୍ଧୁ ନାୟକ, ସୂର୍ଯ୍ୟ ପତି, କୈଳାସ କୁମାର ନାୟକ, କାଶୀନାଥ ବେହେରା, ଅମିତ ଜେନା, ରଣଜିତ୍ ପଟ୍ଟନାୟକ, ଆଡଭୋକେଟ୍ କ୍ଷୀରୋଦ ରାଉତ ପ୍ରମୁଖ ବିଆରଏସରେ ସାମିଲ ହୋଇଥିଲେ।

Leave A Reply

Your email address will not be published.