Odisha Link
Bridging the Missing Links in Odisha

‘ଗୋପାଳ ଛଡ଼ା ଅନ୍ୟ ଦିଗରେ ତଦନ୍ତ ହେଉନି, ତେଣୁ କାରଣ ଜଣାପଡୁନି’

ଗୋପାଳ ନିଜେ ନିଜର ତଦନ୍ତ କରୁଛି, ସେଥିପାଇଁ ଘଟଣାର ପର୍ଦ୍ଦାଫାସ୍ ହେଉନି।

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନିଜର ମତ ରଖିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୧୫ ଦିନ ପରେ ହୋଇଥିଲେ ମଧ୍ୟ ହତ୍ୟାର କାରଣ ଏଯାଏଁ ଜଣାପଡ଼ିନି। ଗୋପାଳ ଛଡ଼ା ଅନ୍ୟ ଦିଗରେ ତଦନ୍ତ ହେଉନି, ତେଣୁ କାରଣ ଜଣାପଡୁନି। ଗୋପାଳ ନିଜେ ନିଜର ତଦନ୍ତ କରୁଛି, ସେଥିପାଇଁ ଘଟଣାର ପର୍ଦ୍ଦାଫାସ୍ ହେଉନି। ଗୋପାଳ ଅର୍ଥୋପେଡିକ ଚିକିତ୍ସା ହେଉଥିଲା, ମାନସିକ ରୋଗୀ ନେଇ ସନ୍ଦେହ କରାଯାଉଛି। ତେବେ ଏହି ହତ୍ୟାକାଣ୍ଡ ଏକ ଆରେଞ୍ଜ ମର୍ଡର ବୋଲି ବିଜୟ ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନବଙ୍କୁ ବହୁଥର ଗୋପାଳ ଭେଟିଛି, ଆଗରୁ ନମାରି ସେଦିନ କାହିଁକି ମାରିଲା। ତଦନ୍ତ ଗୋପାଳ ପାଖରେ ସୀମିତ, ସତ୍ୟାସତ୍ୟ ଆଣିବାକୁ ଚାହୁଁନାହାନ୍ତି। ବ୍ୟବସାୟିକ ଶତ୍ରୁ, ନବଙ୍କ ବନ୍ଧୁମାନଙ୍କୁ ଜେରା କରିବା କଥା କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇନଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ହତ୍ୟାକାଣ୍ଡ ତଦନ୍ତ ଜାରି ରହିଥିବାବେଳେ ହତ୍ୟାର କାରଣ ସାମ୍ନାକୁ ଆସିବା ପାଇଁ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.