Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବକ ଓ ଯୁବତୀଙ୍କ ମୃତଦେହ

ମୃତ ଯୁବତୀ ହେଉଛନ୍ତି ଭାଲୁଝର ଗାଁର ଓ ଯୁବକ ପାଖ ନିଳାଦ୍ରୀଗୁଡ଼ା ଗାଁର ବାସିନ୍ଦା

ଓଏଲ୍‌ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ମଇଦଲପୁରରେ ଘଟିଥିବା ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରେମ ସପ୍ତାହ ସରୁ ସରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଉଛନ୍ତି ଭାଲୁଝର ଗାଁର ଓ ଯୁବକ ପାଖ ନିଳାଦ୍ରୀଗୁଡ଼ା ଗାଁର ବାସିନ୍ଦା।

ସୂଚନା ଅନୁସାରେ, ମଇଦଲପୁର ଥାନା ଭାଲୁଝର ଗାଁ ନିକଟ ଗଛରୁ ଉଦ୍ଧାର ହୋଇଛି ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ। ମୃତ ଯୁବକ ଓ ଯୁବତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା କୁହାଯାଉଛି। ତେବେ ଯୁବକ ଓ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇ ପୁଲିସ ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.