Odisha Link
Bridging the Missing Links in Odisha

ଆସନ୍ତା ଶନିବାର ମହାଶିବରାତ୍ରି ; ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ

ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଏଥର ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ : ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଶନିବାର ପ୍ରଭୁ ମହାଦେବଙ୍କ ପାଖରେ ଜାଗର ଯାତ୍ରା। ଯାହାକୁ ପ୍ରଭୁଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ। ତେବେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଥିବା ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଏଥର ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି। ସେହିପରି ମହାଦୀପ ଉଠିବା ପରେ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ନୀତି ରହିଛି। ରାତି ସାଢ଼େ ୩ରୁ ସାଢେ ୪ଟା ମଧ୍ୟରେ ହରିହର ଭେଟ ଏବଂ ପରେ ବଡସିଂହାର ଓ ପହୁଡ଼ ନୀତି ସମ୍ପନ୍ନ ହେବ ବୋଲି ଜଣା ପଡିଛି।

ପୂର୍ବରୁ ଜାଗର ଯାତ୍ରା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟ୍ରାଫିକ ଓ ପାର୍କିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ତା ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ୍।

Leave A Reply

Your email address will not be published.