Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣା ନେଲା ହୋମଗାର୍ଡଙ୍କ ଜୀବନ

ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ତରୀମୂଳ ଗାଁର ସୁରେଶ କୁମାର ରାଉତ

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲାର ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ। ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ବ୍ରିଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ତରୀମୂଳ ଗାଁର ସୁରେଶ କୁମାର ରାଉତ।

ଖବର ଅନୁସାରେ, ଦେଓଗାଁ ବଜାରରେ ଘଷିପୁରା ଥାନାର ହୋମଗାର୍ଡ ସୁରେଶ ରାଉତ ଗତକାଲି ଡ୍ୟୁଟିରେ ଥିଲେ। ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝଇ ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସୁରେଶଙ୍କ ଘର ନିକଟସ୍ଥ ତରିମୁଳ ଗାଁର ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.