Odisha Link
Bridging the Missing Links in Odisha

ବିବାଦରେ ଜୟନାରାୟଣ ମିଶ୍ର : ବହିଷ୍କାର ଦାବିରେ ବିଜୁ ମହିଳା ଜନତା ଦଳର ଧାରଣା

ଭୁବନେଶ୍ୱର ଲୋୟର ପିଏମଜିରେ ବିଜେଡି ମହିଳା ମୋର୍ଚ୍ଚା ଧାରଣା

ଓଏଲ୍‌ ବ୍ୟୁରୋ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଆରମ୍ଭ ହୋଇଛି। ଗତକାଲି ପୁଲିସ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା।ତେବେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବିଜୁ ମହିଳା ଜନତା ଦଳ ଧାରଣା ଦେଇଥିବା ଜଣା ପଡିଛି। ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର କରିବା ପାଇଁ ଦାବିରେ ଧାରଣା ଦେଇଛନ୍ତି ବିଜୁ ମହିଳା ଜନତା ଦଳ।

ସୂଚନା ଅନୁସାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ଗତକାଲି ପ୍ରତିବାଦ କରୁଥିଲା ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୟନାରାୟଣ ମିଶ୍ର। ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୁଲିସ। ଆନ୍ଦୋଳନକାରୀଙ୍କୁ ପୁଲିସ ରୋକିବା ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିଥିବା ଦେଖିବାକୁ ମିଳିଥିଲା। ଶହ ଶହ ବିଜେପି କର୍ମୀଙ୍କ ପ୍ରତିବାଦ ଭିତରେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିଥିବା ଜୟନାରାୟଣ ଚର୍ଚ୍ଚା ଜୋର ଧରିଥିଲା।

ଜୟନାରାୟରଣ ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା କଥା ଚର୍ଚ୍ଚା ହେଉଥିବାବେଳେ ସେ କହିଥିଲେ, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ। ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ। କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ। ସେ ଆଇଆଇସି ଜଣକ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ। ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଥିଲେ ବୋଲି ଜୟନାରାୟଣ ମିଶ୍ର କହିଥିଲେ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରୁଥିବା ସମୟରେ ଯଦି ପୁଳିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି। ତାହା ହେଲେ ପୁଲିସର ଆଚରଣ କିପରି ହୋଇଥାଇପାରେ ତାହା ଅନୁମାନ କରନ୍ତୁ ବୋଲି ଜୟନାରାୟଣ ମିଶ୍ର କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ପ୍ରଥମେ ପୁଲିସ ଧକ୍କା ମାରିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁର୍ନୀତିଗ୍ରସ୍ତ ଲୋକ। ତାହା ପରେ ପୁଣିଥରେ ଉତ୍ତେଜିତ ହୋଇ ସେ ମୋତେ ଧକ୍କା ମାରିଲେ। ଧନୁପାଲ୍ଲୀ ଥାନା ଏବେ ଡକାୟତି ସେଣ୍ଟରରେ ପରିଣତ ହୋଇଛି। ଓଡ଼ିଶା ପୁଲିସ ଆଇନ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସାରିଛି। ମୁଁ ଯାହା କହୁଛି ତାଙ୍କୁ ବାଧୁଛି। ମୁଁ ତାଙ୍କୁ ଚିହ୍ନିନାହିଁ, ସେ ମୋତେ ଧକ୍କା ମାରିବା ପରେ ମୁଁ ଜାଣିଲି ବୋଲି କହିଥିଲେ ଜୟନାରାୟଣ ମିଶ୍ର।

Leave A Reply

Your email address will not be published.