Odisha Link
Bridging the Missing Links in Odisha

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଏହି ଘଟଣା ଘଟିଛି ଧନୁପାଲୀ ଥାନା ତୁରୀପଡ଼ାରେ।

ଓଏଲ୍‌ ବ୍ୟୁରୋ : ସମ୍ବଲପୁରରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିବା ଜଣା ପଡିଛି। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ମାରିବା ପାଇଁ ଆକ୍ରମଣ କରାଯାଇଛି। ଏହି ଘଟଣା ଘଟିଛି ଧନୁପାଲୀ ଥାନା ତୁରୀପଡ଼ାରେ। ତେବେ ଯୁବକଙ୍କୁ ଆକ୍ରମଣ କରି ହାଣି ପକାଇବା ପରେ ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା।

āଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କଲେ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.