Odisha Link
Bridging the Missing Links in Odisha

ମୁଁ କ୍ଷମା ମାଗିବି ନା ଓଡ଼ିଶା ସରକାର ମୋତେ କ୍ଷମା ମାଗିବେ: ଜୟନାରାୟଣ ମିଶ୍ର

ଆଇଆଇସି ଡ୍ୟୁଟିରେ ନଥିବା ବେଳେ, ସେ କାହିଁକି ଆସି ମୋ ଗୋଡକୁ ଚକୁଡି ଦେଲେ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁରର ଧନୁପାଲି ଥାନା ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜଣେ ପୁଲିସ କର୍ମଚାରୀ ମୋତେ ଖରାପ ବ୍ୟବହାର ଦେଖାଇଲେ। ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ ଠେଲିଦେଲି। ସେଥିପାଇଁ ତେବେ ମୁଁ କ୍ଷମା ମାଗିବି ନା ଓଡ଼ିଶା ସରକାର ମୋତେ କ୍ଷମା ମାଗିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ଆଇଆଇସି ଡ୍ୟୁଟିରେ ନଥିବା ବେଳେ, ସେ କାହିଁକି ଆସି ମୋ ଗୋଡକୁ ଚକୁଡି ଦେଲେ। ଯେଉଁଟା କ୍ୟାମେରାରେ ଦେଖାଯାଇନି। ମୁଁ ମହାତ୍ମା ଗାନ୍ଧୀ ନୃୁହେଁ ଯେ, ଗୋଟେ ଗୋଡକୁ ଚକୁଡିଦେଲା ପରେ ଆଉ ଗୋଟେ ଗୋଡକୁ ଦେଖାଇବି। ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ କରିବି। କିନ୍ତୁ ନିରପେକ୍ଷ ତଦନ୍ତ ହେବ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା। ସେ ଆହୁରି ମଧ୍ୟ କହିଛନ୍ତି ପୁଲିସର ତଦନ୍ତ ଉପରେ ମୋର ବିଶ୍ୱାସ ନାହିଁ। ଏଏସଆଇ ମନ୍ତ୍ରୀଙ୍କୁ ଗୁଳି କଲେ, କେହି ଅଧିକାରୀ ତ ଭୁଲ ମାଗିଲେନି। ଏହାକୁ ନେଇ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ।

ସୂଚନାଥାଉକି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମ୍ବଲପୁରରେ ପ୍ରତିବାଦ କରୁଥିଲା ବିଜେପି। ପ୍ରତିବାଦ ସମୟରେ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ ଜୟନାରାୟଣ ମିଶ୍ର। ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ କରିବା ସମୟରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୁଲିସ। ପୁଲିସ ଓ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ଜୋର ଚର୍ଚ୍ଚା ହେଉଥିବାବେଳେ ଏଭଳି କିଛି ମତ ରଖିଛନ୍ତି ଜୟନାରାୟଣ ମିଶ୍ର।

Leave A Reply

Your email address will not be published.