Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ପୁଲିସ ଭୟରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି

ଓଏଲ୍‌ ବ୍ୟୁରୋ : ପଦ୍ମପୁରର ପାଇକମାଳା ଥାନା ଅନ୍ତର୍ଗତ ଗାଁରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ଗତକାଲି ସେଠାକାର ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣା ପଡିଥିଲା।

ସୂଚନା ଅନୁସାରେ, ଯୁବତୀଙ୍କ ଆତ୍ମହତ୍ୟା ପାଇଁ ସମ୍ପୃକ୍ତ ଯୁବକଙ୍କୁ ଖୋଜୁଥିଲା ପୁଲିସ। ତେବେ ପୁଲିସ ଖୋଜୁଥିବା ଯୁବକଙ୍କ ମୃତ ଶରୀର ପାଇକମାଳା ଥାନା ନିଳାଥର ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଗତକାଲି ପାଇକମାଳା ଜର୍ଜଗଡ଼ ଗାଁରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତେବେ ପୁଲିସ ଭୟରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି।

Leave A Reply

Your email address will not be published.