Odisha Link
Bridging the Missing Links in Odisha

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଚେତନ। ଯାହାକୁ ବିସିସିଆଇ ସମ୍ପାଦକ ଗ୍ରହଣ କରିଛନ୍ତି। ଷ୍ଟିଙ୍ଗ ଅପରେସନରେ ଟିମ୍ ଇଣ୍ଡିଆରେ ସବୁ ଠିକ୍ ଚାଲିନଥିବା ନେଇ ଖୁଲାସା କରିଥିଲେ ଚେତନ।

ନିକଟରେ ଭାରତୀୟ କ୍ରିକେଟର୍‌ମାନେ ନିଜକୁ ଫିଟ୍‌ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ୍‌ ନେଉଛନ୍ତି। ଆହତ ଥିବା ସତ୍ତ୍ବେ ଦଳର ଚୟନ ବେଳେ ଫିଟ୍‌ ରହିବାକୁ ଏହି ଇଞ୍ଜେକ୍ସନ୍‌ ଉପରେ ସେମାନେ ନିର୍ଭର କରନ୍ତି ବୋଲି ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଥିଲେ। ଯାହା ତାଙ୍କ ମହଙ୍ଗା ପଡ଼ିଛି।

ଚେତନ ଶର୍ମାଙ୍କ ଏଭଳି ଖବର ସମସ୍ତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ କ୍ରିକେଟ ଦୁନିଆରେ ଆଲୋଡ଼ନ ଖେଳିଯାଇଛି। ଦଳରେ ସ୍ଥାନ ପାଇବାକୁ ଇଞ୍ଜେକ୍ସନ୍‌ ନେଉଥିବା କଥା ଜଣାପଡ଼ିବା ପରେ କ୍ରିକେଟ ପ୍ରଶଂସକମାନଙ୍କୁ ବଡ଼ ଧକ୍କା ଲାଗିଛି। କେବଳ ଏତିକି ନୁହେଁ ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ବଡ଼ କଥା କହିଥିଲେ ଚେତନ।

Leave A Reply

Your email address will not be published.