Odisha Link
Bridging the Missing Links in Odisha

ୟୁଟ୍ୟୁବର ନୂଆ ସିଇଓ ହେଲେ ନୀଲ ମୋହନ

୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ

ଓଏଲ୍‌ ବ୍ୟୁରୋ : ୟୁଟ୍ୟୁବର ନୂଆ ସିଇଓ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ। ୟୁଟ୍ୟୁବର ସିଇଓ ସୁସାନ ନିଜ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଥିଲା। ସିଇଓ ସୁସାନଙ୍କ ଇସ୍ତଫା ଦେବା ପରେ ଚିଫ ପ୍ରଡକ୍ଟ ଅଫିସର ଥିବା ଭାରତୀୟ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ। ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା।

ସୂଚନା ଅନୁସାରେ, ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର। ୪୯ ବର୍ଷ ବୟସ୍କ ଷ୍ଟାନଫୋର୍ଡ ଗ୍ରାଜୁଏଟ ନୀଲ ମୋହନ କିଛି ଦିନ ଲାଗି ନେଟଗ୍ରାଭିଟି ଷ୍ଟାର୍ଟଅପରେ କାର୍ଯ୍ୟ କରିଥିଲେ। ନେଟଗ୍ରାଭିଟିକୁ ପରବର୍ତ୍ତୀ ପର୍ଯ୍ୟାୟରେ ଡବଲ କ୍ଲିକ ଅଧିଗ୍ରହଣ କରିଥିଲା। ୨୦୦୭ରେ ଡବଲକ୍ଲିକକୁ କିଣିଥିଲା ଗୁଗୁଲ। ଗୁଗୁଲର ଆଡଭର୍ଟାଇଜିଂ ପ୍ରଡକ୍ଟର ଆଡଓ୍ବାର୍ଡସ, ଆଡସେନ୍ସ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନୀଲ ମୋହନ। ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ। ବର୍ତ୍ତମାନ ସେ ୟୁଟ୍ୟୁବର ନୂଆ ସିଇଓ ହୋଇଥିବା ବିଧିବଦ୍ଧ ଭାବେ ଘୋଷଣା ହୋଇଛି।

Leave A Reply

Your email address will not be published.