Odisha Link
Bridging the Missing Links in Odisha

ଦ୍ବିତୀୟ ବିବାହ କରିବେ ୨ ଚର୍ଚ୍ଚିତ ଆଇଏଏସ୍‌

ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କ ସହ ବିବାହ କରିଥିଲେ।

ଓଏଲ୍‌ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଜିଲ୍ଲାର ଜିଲ୍ଲାପାଳ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆଉ ଗତକାଲି ଦୁଇ ଆଇଏଏସ୍‌ ଅଧିକାରୀଙ୍କ ନିର୍ବନ୍ଧ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଭାବରେ ସଂପନ୍ନ ହୋଇଛି।

ସମ୍ବଲପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପାରମ୍ପରିକ ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା। ଏହି ଅବସରରେ ଚଞ୍ଚଳ ଏବଂ ଅନନ୍ୟାଙ୍କ ପରିବାର ସଦସ୍ୟଙ୍କ ସହିତ ଉଭୟଙ୍କ ଘନିଷ୍ଠ ବନ୍ଧୁ/ବାନ୍ଧବୀମାନେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ସମ୍ବଲପୁର ଏସ୍‌ପି ବି.ଗଂଗାଧର ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ଚଞ୍ଚଳ ଏବଂ ତାଙ୍କର ପରିବାରର ସଦସ୍ୟମାନେ ଗତକାଲିଠାରୁ ସମ୍ବଲପୁର ଆସିଥିଲେ। ଏପରିକି ଚଞ୍ଚଳ ଏବଂ ଅନନ୍ୟା ଉଭୟେ ମିଶି ଶନିବାର ଏକ ଅଳଙ୍କାର ଦୋକାନକୁ ଯାଇ ସୁନାଗହଣା କିଣିଥିଲେ।

ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ। ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କ ସହ ବିବାହ କରିଥିଲେ। ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ପୁଣି ବିବାହ କରୁଛନ୍ତି ଅନନ୍ୟା ଓ ଚଞ୍ଚଳା। ଏହାପୂର୍ବରୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୨୦୧୫ ବ୍ୟାଚ୍‌ର ଆଇଏଏସ୍ ଟପର ଟିନା ଡାବି।

Leave A Reply

Your email address will not be published.