Odisha Link
Bridging the Missing Links in Odisha

ଜେସିବି ଜାଳିଦେଲେ ନକ୍ସଲ

ଘଟଣାସ୍ଥଳରେ ବିଏସ୍‌ଏଫ୍, ଏସ୍‌ଟିଏଫ୍ ଏବଂ ଡିଆରଜି ଯବାନ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ଓଏଲ୍‌ ବ୍ୟୁରୋ : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଓବାଦୀମାନେ ଜାଳିଦେଲେ ରାସ୍ତା କାର୍ଯ୍ୟ ପାଇଁ ନିୟୋଜିତ ଜେସିବି। ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସମ୍ପୃକ୍ତ ଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ଜେସିବି ଜାଳିବା ସହ କର୍ମଚାରୀଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ।

ଖବର ଅନୁସାରେ, ପିଣ୍ଡି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ଏବଂ ଗୋଟିଏ ମିକ୍ସସର ମେସିନ ଜାଲିଦେଇଛନ୍ତି ମାଓବାଦୀ। ସମସ୍ତ ଗାଡିଗୁଡିକ ଜାଳିବା ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରେ ଥିବା କର୍ମଚାରୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ ସେମାନଙ୍କୁ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ।

ସେଠାରେ ଦିନକ ପୂର୍ବରୁ ବିଏସ୍‌ଏଫ୍ ଯବାନ ଜନସମ୍ପର୍କ ଶିବିର କରିଥିଲେ। ଶିବିର କରିଥିବାରୁ ବିଏସ୍‌ଏଏଫ୍‌କୁ ମାଓବାଦୀ ଟାର୍ଗେଟ କରୁଥିବା ଅନୁମାନ କରି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବିଏସ୍‌ଏଫ୍, ଏସ୍‌ଟିଏଫ୍ ଏବଂ ଡିଆରଜି ଯବାନ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀଙ୍କ ଏଭଳି କାଣ୍ଡ ପରେ ଘଟଣାସ୍ଥଳରେ କମ୍ବିଂ ଅପେରସନ ଜାରି କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.