Odisha Link
Bridging the Missing Links in Odisha

ମସ୍ତିଷ୍କ ଜ୍ବରରେ କନ୍ୟାଶ୍ରମର ୫ ଛାତ୍ରୀ ଆକ୍ରାନ୍ତ

ଘୁଷୁରୀ ଓ ମଶା ଦ୍ୱାରା ବ୍ୟାପୁଥିବା ଅନୁମାନ କରାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଓଏଲ୍‌ ବ୍ୟୁରୋ : ଭୟ ବଢ଼ାଇଲାଣି ମସ୍ତିଷ୍କ ଜ୍ୱର। ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ଆକ୍ରାନ୍ତ ଛାତ୍ରୀମାନେ ବାଲେଶ୍ୱରର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ମସ୍ତିଷ୍କ ଜ୍ୱର ଘୁଷୁରୀ ଓ ମଶା ଦ୍ୱାରା ବ୍ୟାପୁଥିବା ଅନୁମାନ କରାଯାଉଛି। ଘୁଷୁରୀ ଓ ମଶା ଦ୍ୱାରା ବ୍ୟାପୁଥିବା ଅନୁମାନ କରାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସୂଚନା ଅନୁସାରେ, ପ୍ରାୟ ୩ ଦିନ ପୂର୍ବେ ଏହି କନ୍ୟାଶ୍ରମର ଜଣେ ଛାତ୍ରୀଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର କନ୍ୟାଶ୍ରମରେ କିଛି ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲୋ ଜ୍ୱର ସହ ବାନ୍ତି ହେବାରୁ ପ୍ରାୟ ୨୫ ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସମସ୍ତଙ୍କ ରକ୍ତ ପରୀକ୍ଷା ନିମନ୍ତେ ପଠାଯାଇଥିଲ। କନ୍ୟାଶ୍ରମର ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନା ପଜିଟିଭ ଚିହ୍ନଟ ୫ ଛାତ୍ରୀଙ୍କୁ ତୁରନ୍ତ ବାଲେଶ୍ୱର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଗୋଟିଏ ସ୍କୁଲର ଛାତ୍ରୀ ଏହି ଜ୍ୱରରେ ଆକ୍ରାନ୍ତ ହୋଇଥିବା ବାଲେଶ୍ୱର ଏଡିଏମ୍‌ଓ ଡ. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି। ସେ କହିଛନ୍ତି, ମଶା କିମ୍ବା ଘୁଷୁରୀ ଯୋଗୁ ଏହା ବ୍ୟାପୁଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଘୁଷୁରୀ ଥିଲେ ତାହାର ରକ୍ତ ନମୁନା ପରୀକ୍ଷା କରିବାକୁ ପ୍ରାଣୀଧନ ଚିକିତ୍ସା ବିଭାଗକୁ କୁହାଯାଉଛି।

Leave A Reply

Your email address will not be published.