Odisha Link
Bridging the Missing Links in Odisha

ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରୀଙ୍କ ମୃତଦେହ

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ସନ୍ଦେହ କରିବା ସହ ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି।

ଓଏଲ୍‌ ବ୍ୟୁରୋ : ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀନିବାସରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରଳାଖେମୁଣ୍ଡି ସହରର ବେତାଗୁଡା ଜବାହର ନବୋଦୟ ବିଦ୍ୟାଳୟରେ ପଢୁଥିଲେ ଛାତ୍ରୀ ଜଣକ। ତେବେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କୁ ହଷ୍ଟେଲ ସିଡିରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ମୃତ ଛାତ୍ରୀ ଜଣକ ନବୋଦୟ ବିଦ୍ୟାଳୟର ମେଧାବୀ ଛାତ୍ରୀ ଥିଲେ। ତାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ସେହି ନବୋଦୟ ସ୍କୁଲରେ ପଢୁଥିଲେ। ମୃତକ ଜଣଙ୍କ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ସନ୍ଦେହ କରିବା ସହ ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି।

ଝିଅର ଅଚାନକ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନ ଥିବା ବେଳେ ଏହା ପଛେ କାହା ହାତ ଥିବା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଜଣେ ମେଧାବୀ ଛାତ୍ରୀ ଆତ୍ମହତ୍ୟା କରିବାକୁ ନେଇ ବିଦ୍ୟାଳୟର କର୍ତ୍ତୃପକ୍ଷ ମଧ୍ୟ ଦୁଖପ୍ରକାଶ କରିଛନ୍ତି। ପରିବାର ଲୋକେ ଝିଅ ଆତ୍ମହତ୍ୟା କରିବା ନେଇ ବିଶ୍ୱାସ କରିପାରୁନଥିବା ଜଣା ପଡିଛି।

Leave A Reply

Your email address will not be published.