Odisha Link
Bridging the Missing Links in Odisha

ବାଲେଶ୍ୱରରେ ହେବ ଇଏସ୍‌ଆଇସି ଡାକ୍ତରଖାନା

ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

ଓଏଲ୍‌ ବ୍ୟୁରୋ : ଇଏସ୍‌ଆଇସି ଚିକିତ୍ସାଳୟ ସ୍ଥାପନ ହେବା ନେଇ ଘୋଷଣା କରାଯାଇଛି। ଓଡ଼ିଶା ସମେତ କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରପ୍ରଦେଶରେ ମଧ୍ୟ ଇଏସ୍‌ଆଇସି ଚିକିତ୍ସାଳୟ ସ୍ଥାପନ ହେବ। ବାଲେଶ୍ବରରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପ୍ରତିଷ୍ଠା କରିବ। ତେବେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

ସୂଚନା ଅନୁସାରେ, ଚଣ୍ଡିଗଡ଼ରେ ଇଏସ୍‌ଆଇସିର ୧୯୦ତମ ବୈଠକର ଅଧ୍ୟକ୍ଷତା କରିବା ଅବସରରେ ଚିକିତ୍ସାଳୟ ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଇଏସ୍‌ଆଇସି କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଏହିସବୁ ସ୍ଥାନରେ ହସ୍ପିଟାଲ ସ୍ଥାପନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଶାର ବାଲେଶ୍ବରରେ କର୍ମଚାରୀ ରାଜ୍ୟ ବୀମା ନିଗମ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପ୍ରତିଷ୍ଠା କରିବା ନେଇ ଘୋଷଣା କରାଯାଇଛି।

Leave A Reply

Your email address will not be published.