Odisha Link
Bridging the Missing Links in Odisha

‘୫ଟି ସଚିବ ଏବଂ ଯାଜପୁର ବିଧାୟକଙ୍କର କଲ ରେକର୍ଡ ଯାଞ୍ଚ ହେଉ’

ବିଜେପି ବିଧାନସଭାରେ କକ୍ଷତ୍ୟାଗ କରିଥିବାବେଳେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ରଖିଛନ୍ତି।

ଓଏଲ୍‌ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଂଗ୍ରେସ ପ୍ରତିବାଦ ଆରମ୍ଭ କରିଥିଲା। ବିଜେପି କକ୍ଷତ୍ୟାଗ କରିଥିବା ଜଣା ପଡିଛି। ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ ପରେ ବିଧାନସଭା କକ୍ଷ ପ୍ରବେଶ ପଥରେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ବିଜେପି ସଦସ୍ୟ ଧାରଣା ଦେଇଥିବା ଜଣା ପଡିଛି।

ବିଜେପି ବିଧାନସଭାରେ କକ୍ଷତ୍ୟାଗ କରିଥିବାବେଳେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି, ହତ୍ୟାର ୪ ଦିନ ପୂର୍ବରୁ ୫ଟି ସଚିବ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କଣ କଥା ହୋଇଥିଲେ ତାହାର ତଦନ୍ତ ହେଉ। ଟେଲିଫୋନରେ ଉଭୟ କଣ କଥାବାର୍ତ୍ତା ହୋଇଥିଲେ, ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରି କଲ ରେକର୍ଡ ଯାଞ୍ଚ ହେଉ। ଏକଥା ଓଡ଼ିଶା କ୍ରାଇମବ୍ରାଞ୍ଚ କରିବ ନାହିଁ। ତେଣୁ ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ନବ ଦାସଙ୍କ ହତ୍ୟା ସରକାରୀ ପ୍ରାୟୋଜିତ ହତ୍ୟା।ସରକାର ଯେତେବେଳେ ମାରୁଛନ୍ତି, ଏଠି ସାଧାରଣ ଜନତା ଅସୁରକ୍ଷିତ।

ବିଧାନସଭାରେ ଆଜି ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ରାଜ୍ୟ ଅର୍ଥମନ୍ତ୍ରୀ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।

Leave A Reply

Your email address will not be published.