Odisha Link
Bridging the Missing Links in Odisha

ବ୍ରେନ୍‌ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଲା ଔଷଧ

ଆଇଏଲଏସ କେବଳ ମ୍ୟାଲେରିଆ ନୁହେଁ ବରଂ କର୍କଟ ରୋଗର ନିରାକରଣ ଔଷଧ ଉଦ୍ଭାବନ କରିବାର ଗବେଷଣା ଆରମ୍ଭ କରିଛି।

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମ୍ୟାଲେରିଆ ରୋଗର ନିରାକରଣକୁ ନେଇ ବଡ ସଫଳତା ମିଳିଥିବା ଜଣା ପଡିଛି। ଭୁବନେଶ୍ଵର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ପ୍ରସ୍ତୁତ ହେଲା ବ୍ରେନ ମ୍ୟାଲେରିଆ ଔଷଧ। ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଅରୁଣ ନାଗରାଜ ଓ ତାଙ୍କ ଟିମ୍ ଏହି ଔଷଧ ବାହାର କରିଛନ୍ତି। ବ୍ରେନ୍ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଏହି ଔଷଧ ଉଦ୍ଭାବନ କରାଯାଇଛି।

ସୂଚନା ଅନୁସାରେ, ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଉଦ୍ଭାବନ ହୋଇଥିବା ଔଷଧ ଖୁବ୍‌ଶୀଘ୍ର ବଜାରକୁ ଆସିପାରେ। ଆଇଏଲଏସର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ ଦ୍ଵାରା ପ୍ରସ୍ତୁତ ଏହି ଔଷଧ ପ୍ରାରମ୍ଭିକ ଭାବେ ମୂଷା ଦେହରେ ପ୍ରୟୋଗ ସଫଳ ହୋଇଛି। ଆଇଏଲଏସ କେବଳ ମ୍ୟାଲେରିଆ ନୁହେଁ ବରଂ କର୍କଟ ରୋଗର ନିରାକରଣ ଔଷଧ ଉଦ୍ଭାବନ କରିବାର ଗବେଷଣା ଆରମ୍ଭ କରିଛି।

ବ୍ରେନ୍ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ଔଷଧ ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ। ଏହି ଔଷଧର ମାନ ପରୀକ୍ଷଣ ସଫଳ ହେଲେ ବ୍ରେନ୍‌ ମ୍ୟାଲେରିଆ ଓ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଚିକିତ୍ସା ପାଇଁ ବଡ ଅସ୍ତ୍ର ଭାବେ କାମ କରିବ।

Leave A Reply

Your email address will not be published.