Odisha Link
Bridging the Missing Links in Odisha

ଲୁଣା ନଦୀରେ ଭାସିଗଲେ ୩ ଭଉଣୀ; ଜଣେ ମୃତ

ନଦୀରେ ସାମାନ୍ୟ ସ୍ରୋତ ଥିବାରୁ ପାଣିରେ ଖେଳୁଖେଳୁ ବଡ଼ ଭଉଣୀ ଭାସି ଯାଇଥିଲା।

ଓଏଲ୍‌ ବ୍ୟୁରୋ: କଟକ ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ ଘଟିଥିବା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକାଦଶାହ ଶୁଦ୍ଧିକ୍ରିୟା ବେଳେ ନଦୀରେ ତାଙ୍କ ମା’ଙ୍କ ସହ ଗାଧୋଉଥିଲେ ୩ଭଉଣୀ। ଗାଧୋଇବା ସମୟରେ ଲୁଣା ନଦୀରେ ଭାସିଗଲେ ୩ ଭଉଣୀ। ଲୁଣା ନଦୀ ପାଣିରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁସାରେ, ଲୁଣା ନଦୀ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ମୃତ ନାବାଳିକା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଋତୁପର୍ଣ୍ଣା ସାହୁ। ଉଦ୍ଧାର ହୋଇଥିବା ଅନ୍ୟ ଦୁଇ ଭଉଣୀ ହେଲେ ରିଦ୍ଧି ଆଉ ସିଦ୍ଧି। ଏହି ୩ ଭଉଣୀ ସେମାନଙ୍କ ମା’ ସହ ନଦୀରେ ଗାଧୋଉଥିଲେ। ନଦୀରେ ସାମାନ୍ୟ ସ୍ରୋତ ଥିବାରୁ ପାଣିରେ ଖେଳୁଖେଳୁ ବଡ଼ ଭଉଣୀ ଭାସି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାନ ଭଉଣୀ ଚେଷ୍ଟା କରିବା ବେଳେ ଭାସି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖରେ ଗାଧୋଉଥିବା ତାଙ୍କ ମା’ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ହେଲେ ଝିଅ ଋତୁପର୍ଣ୍ଣାଙ୍କୁ ଉଦ୍ଧାର କରିପାରିନଥିଲେ। ନଦୀରେ ନିଖୋଜ ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ବେଳେ ମୃତଦେହ ମିଳିଥିଲା। ନାବାଳିକାର ମୃତ୍ୟୁ ପରେ ପରିବାରରେ ଦୁଃଖର ଛାୟା ଖେଳିଯାଇଛି।

Leave A Reply

Your email address will not be published.