Odisha Link
Bridging the Missing Links in Odisha

‘ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ’

ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁର ଉନ୍ନତି କାର୍ଯ୍ୟକ୍ରମ କରାଇ ଦିଆଯାଉ ନାହିଁ ।

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ବଜେଟ ଅଧିବେଶନରେ ପକ୍ଷପାତିତାକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଧାନସଭାରେ ପକ୍ଷପାତିତା ହେଉଥିବା ଅଭିଯୋଗ କରି କକ୍ଷତ୍ୟାଗ କରିଛନ୍ତି। ଗୃହରେ କହିବା ପାଇଁ ସୁଯୋଗ ଦିଆଯାଉନି ବୋଲି ପ୍ରଦୀପ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ନିର୍ବାଚନୀ ଜିଲ୍ଲାରୁ ଆସୁଛନ୍ତି, ମୁଁ ଭାବୁଛି ମୋତେ ପକ୍ଷପତିତା କରାଯାଇ ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରେଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ। ବାଚସ୍ପତି ଓଡିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁର ଉନ୍ନତି କାର୍ଯ୍ୟକ୍ରମ କରାଇ ଦିଆଯାଉ ନାହିଁ। ପରିସ୍ଥିତି ଉପରେ ନିର୍ଭର କରୁଛି ଆସନ୍ତାକାଲି ଗୃହରେ ଯୋଗ ଦେବି କି ନାହିଁ କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।