ଯାଜପୁର: ଭୋରୁ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଓଏଲ୍ ବ୍ୟୁରୋ: ଭୋରୁ ଆସିଛି ଭୟଙ୍କର ଦୁର୍ଘଟଣାର ଲୋମା ଟାଙ୍କୁରା ଖବର। ଭୋର ସମୟରେ ଯାଜପୁର ଚଣ୍ଡିଖୋଲ ନେଉଳପୁରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାହାଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଭୋର ସମୟରେ ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ଏନ୍ଏଚ୍-୧୬ରେ ଦୁର୍ଘଟଣା ଘଟିଛି। ଏକ ଆଇଚର କଲିକତା ପଟୁ ଆସୁଥିବା ବେଳେ ଟ୍ରକର ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ଆଇଚର ମଧ୍ୟରେ ଥିବା ୭ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଟ୍ରକଟି ପୁରା ଖାଲି ଥିବାରୁ ଟ୍ରକ ଡ୍ରାଇଭରଙ୍କର କିଛି ହୋଇନଥିବା ସୂଚନା ରହିଛି।
ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଉ ଗୁରୁତର ବ୍ୟକ୍ତିଙ୍କୁ ବଡ଼ଚଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ସହିତ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଯାଇଛି।