Odisha Link
Bridging the Missing Links in Odisha

ସେବାୟତଙ୍କ କଳି ଯୋଗୁଁ ୮ଦିନ ହେଲାଣି ଉପବାସରେ କପିଳେଶ୍ବର

ଓଏଲ୍‌ ବ୍ୟୁରୋ: ସପ୍ତାହେରୁ ଅଧିକ ଦିନ ହେଲାଣି ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପଡ଼ିଛି ତାଲା। ୮ ଦିନ କାଳ ମନ୍ଦିର ଫାଟକରେ ଚାବି ପଡ଼ିଥିବାରୁ ବାବା କପିଳ ନାଥ ଭୋକ ଉପବାସରେ ଅଛନ୍ତି। ଅନ୍ୟପଟେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ ନକରିପାରି ନିରାଶ ହୋଇ ଫେରୁଛନ୍ତି।ମନ୍ଦିରର ମଲ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ହୋଇଥିବା ବିବାଦ ପାଇଁ ବନ୍ଦ ପଡ଼ିଛି ମନ୍ଦିର।

ସୂଚନାଥାଉକି, ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିବା ଯୋଗୁଁ ମନ୍ଦିରରେ ପଡ଼ିିଛି ତାଲା। ଯାହାଫଳରେ କପିଳେଶ୍ବରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ମନ୍ଦିର ବନ୍ଦକୁ ନେଇ ପ୍ରତିବାଦରେ ମନ୍ଦିର ଆଗରେ ଧାରଣା ଦେଇଛନ୍ତି ଶ୍ରଦ୍ଧାଳୁ। ପୂର୍ବଭଳି ଠାକୁରଙ୍କ ପୂଜା ରୀତିନୀତି ହୋଇପାରିବ ଓ କିପରି ସୁରୁଖୁରରେ ଦର୍ଶନ କରିହେବ ସେ ନେଇ ଅନଶନ କରିଛନ୍ତି ଶ୍ରଦ୍ଧାଳୁ।ପୁଲିସ ଆଲୋଚନା ଜାରି ରଖିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ।

ଜଣେ ସେବାୟତ କହିଛନ୍ତି, ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ମାତ୍ରାରେ ପ୍ରଶାସନ ଦାୟୀ। ପ୍ରଶାସନ ବିବାଦର ସମାଧାନ କରି କପିଳେଶ୍ୱର୍ ମନ୍ଦିର ଖୋଲିବା ପାଇଁ ଆମେ ଦାବି କରୁଛୁ।କପିଳେଶ୍ୱର୍ ଜୀବନ୍ତ ଠାକୁର।୮ ଦିନ ହେବ ଆମ ଠାକୁର ଭୋକ ଉପାସରେ ରହିଛନ୍ତି। ସେଥିପାଇଁ ଆମେ ଦାବି କରୁଛୁ ଏହି ଘଟଣା ବିଧାସଭାରେ ଆଲୋଚନା ହେଉ, ମନ୍ଦିର ଶୀଘ୍ର ଖୋଲାଯାଉ।

ଅନ୍ୟପଟେ ଜଣେ ଭକ୍ତ କହିଛନ୍ତି, ୮ ଦିନ ହେବ ମନ୍ଦିରରେ ତାଲା ପଡ଼ିଛି। ମନ୍ଦିର ଖୋଲୁ ନାହିଁ।ଆମେ ମନ୍ଦିର ବାହାରେ ଠାକୁରଙ୍କୁ ଦୀପ ଜାଳି ଯାଉଛୁ। ଏଥିପାଇଁ ଆମକୁ ବହୁତ ଦୁଃଖ ଲାଗୁଛି।

Leave A Reply

Your email address will not be published.