Odisha Link
Bridging the Missing Links in Odisha

ବଧୂଙ୍କ ତଣ୍ଟି ଚିପି ହତ୍ୟା!

ସ୍ୱାମୀ ଓ ଶ୍ବଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର।

ଓଏଲ୍‌ ବ୍ୟୁରୋ : ଗତକାଲି ସାରା ଦେଶରେ ପାଳନ ହେଉଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଏହି ମହିଳା ଦିବସରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଳିପାଟଣା ଗ୍ରାମରେ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଥିବା ଜଣା ପଡିଛି। ସ୍ୱାମୀ ଓ ଶ୍ବଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର। ତେବେ ମୃତ ମହିଳା ଜଣକ ହେଉଛନ୍ତି ଜଗତସିଂପୁର ଜିଲ୍ଲା ଡିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି।

ଖବର ଅନୁସାରେ, ଲକ୍ଷ୍ମୀପ୍ରିୟା ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ୨ ମାସ ତଳେ ବିବାହ କରିଥିଲେ। ଗତକାଲି ରାତିରେ କୌଣସି କାରଣକୁ ନେଇ ମୃତ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ କାହିଁକି ଲକ୍ଷ୍ମୀପ୍ରିୟାଙ୍କର ହତ୍ୟା କରାଯାଇଛି ତାହାର କାରଣ ସ୍ପଷ୍ଟ ହୋଇନଥିବାବେଳେ ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.