Odisha Link
Bridging the Missing Links in Odisha

କରୋନା ପରେ ଏଚ୩ଏନ୨ ଆତଙ୍କ, ଗଲାଣି ୨ ଜୀବନ

ଓଏଲ୍‌ ବ୍ୟୁରୋ: ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଦେଶରେ ଦିନକୁ ଦିନ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ସବୁଠୁ ବଡ଼କଥା ହେଲା ଏଚ୩ଏନ୨ ଭୂତାଣୁ ଯୋଗୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହରିଆଣାରେ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି। ସାରା ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭୂତାଣୁ ଯୋଗୁ ୯୦ଟି ମାମଲା ସାମ୍ନାକୁ ଆସିଛି।

ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢୁଛି। ଥଣ୍ଡା,କାଶ ସମେତ ଗଳା ଦରଜ ଏବଂ ଜ୍ୱର ରହୁଛି। ଏହାକୁ ଲୋେକ ସାଧାରଣତଃ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି। ହେଲେ ଏହାର ଭୟାବହତା ଏବେ ଜଣା ପଡିବା ପରେ ସତର୍କ କରାଯାଇଛି ସ୍ୱାସ୍ଥ୍ୟ ବିଭାଗ। ଏହି ଭୂତାଣୁ ହରିଆଣାରେ ବ୍ୟାପକ ଭାବେ ବଢିଚାଲିଛି। ଇତି ମଧ୍ୟରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ହୋଇଛି। ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ହାଇଆଲର୍ଟ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଏଚ୍‌୩ଏନ୍‌୨ ଭାଇରସ୍‌ ବା ହଂକଂ ଫ୍ଲୁରେ ୯୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଏଚ୍‌୧ଏନ୍‌୧ ଭାଇରସ୍‌ରେ ମଧ୍ୟ ୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦେଶରେ ଏଭଳି ମାମଲା ବୃଦ୍ଧି ନେଇ ଡାକ୍ତରମାନେ ବିବୃତ୍ତି ମଧ୍ୟ ଦେଇଛନ୍ତି। ଦୁଇଟିଯାକ ଭୂତାଣୁ ସଂକ୍ରମଣର ଲକ୍ଷଣ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ସହିତ ପ୍ରାୟ ସମାନ। ଏଥିରେ ସଂକ୍ରମିତ ଲୋକମାନଙ୍କଠାରେ ଜ୍ୱର, ଥଣ୍ଡା, କଫ, ଶ୍ୱାସକ୍ରିୟା ସମସ୍ୟା ଦେଖା ଦେଇଥାଏ। ଏହା ବ୍ୟତୀତ ସେମାନଙ୍କ ଶରୀରରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଡାଇରିଆ ଆଦି ଲକ୍ଷଣ ଦେଖା ଦେଇଥାଏ। ଏହି ଲକ୍ଷଣଗୁଡିକ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।

Leave A Reply

Your email address will not be published.