Odisha Link
Bridging the Missing Links in Odisha

ଚାଲିଛି ମାଟ୍ରିକ ପରୀକ୍ଷା: ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୨ ପରୀକ୍ଷା। ଚଳିତଥର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ହେଉଛି ପରୀକ୍ଷା। ଆଜି ପ୍ରଥମ ଦିନରେ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ) ପରୀକ୍ଷା ଶେଷ ହୋଇଛି।

ପରୀକ୍ଷା ଚାଲିଥିବା ସମୟରେ ଭୁବନେଶ୍ୱର ଡୁମଡୁମା ନିକଟରେ ଥିବା ସୟଦ ମମତାଜ ଅଲି ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି। ସମେଟିଭ ୧ ପରୀକ୍ଷା ଦେଇଛନ୍ତି। ତେଣୁ ଡ଼ରିବାର ଆଵଶ୍ୟକତା ନାହିଁ। ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛା ଆମ ପିଲା ମାନେ ଭଲ ପାଠ ପଢ଼ିବେ, ଆଗକୁ ଯିବେ। ପରୀକ୍ଷା ସମୟରେ ଛାତ୍ର ଛତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ପ୍ରଶ୍ନପତ୍ର ଭାଇରାଲ କରିଥାନ୍ତି। ସାଇବର ଥାନାରେ ଏତଲା ଦିଆଯାଇଛି। ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଥାଉକି, ୧୩ ତାରିଖ ସୋମବାର ଦିନ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୧୪ତାରିଖ ମଙ୍ଗଳବାର ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ), ୧୬ତାରିଖ ଗୁରୁବାର ସାଧାରଣ ବିଜ୍ଞାନ, ୧୮ତାରିଖ ଶନିବାର ସାମାଜିକ ବିଜ୍ଞାନ, ୨୦ ତାରିଖ ସୋମବାର ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ‌ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବ୍ରୁଆରି ୧୫ରୁ ୧୮ତାରିଖ ମଧ୍ୟରେ ଅନୁ‌ଷ୍ଠିତ ହେବ।

Leave A Reply

Your email address will not be published.