Odisha Link
Bridging the Missing Links in Odisha

ବିଧାନସଭା: ୪ଟା ଯାଏଁ ଗୃହ ମୁଲତବୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ହେଉଛି ପ୍ରଥମ ଦିନ। ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଯାହାରିଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ପରେ ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ବି ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି।

ଶୂନ୍ୟକାଳ ଆରମ୍ଭ ହେଉ ହେଉ ବିରୋଧୀ ହଙ୍ଗାମା କରିଥିଲେ। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଯାହାଫଳରେ ଶୂନ୍ୟକାଳ ମଧ୍ୟ ଠିକ୍ ସେ ଚାଲିପାରିନଥିଲା। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.