Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ନିଖୋଜ ଥିଲେ, ଉଦ୍ଧାର ହେଲେ ଛାତ୍ର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ୍-୨ ପରୀକ୍ଷା। ଏସବୁ ମଧ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସିଛି ଏକ ଖବର। ଦଶମ ପରୀକ୍ଷା ଦେବାକୁ ଯାଇ ଜଣେ ଛାତ୍ର ନିଖୋଜ ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସେହି ନିଖୋଜ ଛାତ୍ର ଜଣକ ଉଦ୍ଧାର ହୋଇଛନ୍ତି।

ଖବର ମୁତାବିକ, ନୟାଗଡ଼ା ଜିଲ୍ଲା ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ମାଟ୍ରିକ ପରୀକ୍ଷା ଦେବା ପାଇଁ ଦଶପଲ୍ଲା ଉଚ୍ଚବିଦ୍ୟାଳୟକୁ ଯାଇଥିଲେ। ହେଲେ ସେଠୁ ସେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

ନିଖୋଜ ଥିବା ଛାତ୍ର ଜଣକ ଭୂତପଲ୍ଲୀ ଗାଁରୁ ଉଦ୍ଧାର ହୋଇଛନ୍ତି। ଏକ ଆମ୍ବ ଗଛ ମୂଳେ ବସିଥିବା ବେଳେ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୁଲିସରେ ଜିମା ଦେଇଛନ୍ତି ଲୋକେ। ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି। ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଘରକୁ ନ ଫେରିବାରୁ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ।

ଅନ୍ୟପଟେ ଛାତ୍ରଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସ୍କୁଲ ପରୀକ୍ଷା ଦାୟିତ୍ୱରେ ଥିବା ସ୍କୁଲର ଶିକ୍ଷୟିତ୍ରୀ। ସେହିପରି ସ୍କୁଲ ଡ୍ରେସ୍‌ ପିନ୍ଧିନଥିବାରୁ ପରୀକ୍ଷାକୁ ବାରଣ କରାଯିବା ଘଟଣାକୁ ଅସ୍ବୀକାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ପ୍ରଦୀପ ନିଜେ ସ୍କୁଲ ଡ୍ରେସ୍‌ ପିନ୍ଧିକରି ଆସୁଛି ବୋଲିତ କହି ଆଉ ଆସିନଥିବା ସେ କହିଛନ୍ତି। ଆଗାମୀ ପରୀକ୍ଷାଗୁଡ଼ିକ ସେ ଦେଇପାରିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି।

Leave A Reply

Your email address will not be published.