Odisha Link
Bridging the Missing Links in Odisha

ହାଇୱା ଧକ୍କାରେ ଚାଲିଗଲା ସରପଞ୍ଚଙ୍କ ଜୀବନ

ହାଇୱା ଧକ୍କା ଦେବା ଦ୍ୱାରା ସତ୍ୟବାଦୀ ବ୍ଲକ ବୀରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚଙ୍କ ମୃତ୍ୟୁ ଘଟିଛି

ଓଏଲ୍‌ ବ୍ୟୁରୋ : ନିମାପଡ଼ା ଡେଲଟା ଛକରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହାଇୱା ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସରପଞ୍ଚ। ନିମାପଡ଼ା ଡେଲଟା ଛକରେ ଘଟିଛି ଏହି ଦୁର୍ଘଟଣା। ବିବାହ ଭୋଜିରେ ଯୋଗ ଦେବାକୁ ଭାଇ ସହ ସେ ବାଇକରେ ଯାଉଥିଲେ। ହାଇୱା ଧକ୍କା ଦେବା ଦ୍ୱାରା ସତ୍ୟବାଦୀ ବ୍ଲକ ବୀରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ହାଇୱା ଜବତ କରିଥିବାବେଳେ ଡ୍ରାଇଭର ଚମ୍ପଟ ମାରିଥିବା ଜଣା ପଡିଛି।

Leave A Reply

Your email address will not be published.